ପୁରୀରେ ଗତ ୨୪ ଘଣ୍ଟା ଭିତରେ ୨୯୨ଟି କୋଭିଡ ପଜେଟିଭ କେସ ଚିହ୍ନଟ

17

Get real time updates directly on you device, subscribe now.

ପୁରୀ( ସଂଘର୍ଷ ମିଡିଆ ) : ପୁରୀ ଜିଲ୍ଲାରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ମହାମାରୀ। ୮ ହଜାର ଟପିଯାଇଚି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୨୯୨ଟି କୋଭିଡ ପଜେଟିଭ କେସ ଚିହ୍ନଟ ହୋଇଛି। ଫଳରେ ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖା ୮ ହଜାର ଟପିଛି। ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖା ୮୨୦୫ରେ ପହଁଚିଛି। ଆଜି ପର୍ଯ୍ୟନ୍ତ ୩୫ ଜଣଙ୍କ ମୃତ୍ୟୁ ହୋଇଛି କୋଭିଡରେ। ତେବେ ଜିଲ୍ଲାରେ ମୋଟ ୧୭୧୮ ଟି ଆକ୍ଟିଭ କେସ ରହିଛି। ସେହିପରି ୬୪୫୨ ଜଣଙ୍କୁ ଡିସଚାର୍ଜ କରାଯାଇଛି। ମୋଟ ୮୦୩୮୫ଟି ସାଂପଲ ସଂଗ୍ରହ ହୋଇ ପରୀକ୍ଷା ହୋଇଛି। ତେବେ ପୁରୀ ଜିଲ୍ଲାରେ ପୁରୀ ପୌରାଞ୍ଚଳରେ ସର୍ବାଧିକ କରୋନା ସଂକ୍ରମିତ ୨୭୯୦ ଜଣ ହୋଇଛନ୍ତି। ଜିଲାର ଆରୋଗ୍ୟ ହାର ରହିଛି ୭୮.୬୩ ପ୍ରତିଶତ ।ତେବେ ପୁରୀ ସହର ତଥା ଜିଲା ଧୀରେ ଧୀରେ କରୋନା କବଳରେ ଆସୁଥିବା ହେତୁ ବୁଦ୍ଧିଜୀବୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି। ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More