ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲ୍ଲାରେ ବଢ଼ି ଚାଲିଛି କରୋନା ମହାମରି । ୮ ହଜାର ଟପି ସାରିଛି କୋଭିଡ ସଂକ୍ରମିତ ଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୨୬୫ ଟି କୋଭିଡ ପଜେଟିଭ କେସ ଚିନ୍ହଟ ହୋଇଛି। ଫଳରେ ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମିତ ଙ୍କ ସଂଖା ମୋଟ ୮୬୫୨ ରେ ପହଁଚିଛି। ଆଜି ପର୍ଯ୍ୟନ୍ତ ୩୮ ଜଣ ଙ୍କ ମୃତ୍ୟୁ ହୋଇଛି କୋଭିଡ ରେ। ତେବେ ଜିଲ୍ଲାରେ ମୋଟ ୧୬୫୦ ଟି ଆକ୍ଟିଭ କେସ ରହିଛି। ସେହିପରି ୬୯୬୧ ଜଣଙ୍କୁ ଡିସଚାର୍ଜ କରାଯାଇଛି। ମୋଟ ୮୨୫୮୩ ଟି ସାଂପଲ ସଂଗ୍ରହ ହୋଇ ପରୀକ୍ଷା ହୋଇଛି। ତେବେ ପୁରୀ ଜିଲ୍ଲାରେ ପୁରୀ ପୌରାଞ୍ଚଳ ରେ ସର୍ବାଧିକ କରୋନା ସଂକ୍ରମିତ ୨୯୩୯ ଜଣ ହୋଇ ଛନ୍ତି। ଜିଲା ର ଆରୋଗ୍ୟ ହାର ରହିଛି ୮୦.୪୫ ପ୍ରତିଶତ।ତେବେ ପୁରୀ ସହର ତଥା ଜିଲାରେ କୋଭିଡ ପଜେଟିଭ ସଂଖା ବଢିବା ସାଧାରଣ ରେ ଚିନ୍ତାର ବିଷୟ ହୋଇଛି। ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।