ପୁରୀରେ ଆସି ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥ କାଠ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ଶନିବାର ଦିନ ଆସି ପହଞ୍ଚିଛି ଚତୁର୍ଥ ପର୍ଯ୍ୟାୟ ରଥ କାଠ । ବୌଦ୍ଧ ବନଖଣ୍ଡରୁ ଏକ ଟ୍ରକ ଯୋଗ ୪୦ ଫୁଟିଆ ୨୮ ଖଣ୍ଡ ଧଉରା କାଠ ଆସି ପହଞ୍ଚିଛି । ଏହି କାଠରେ ଅଖ ନିର୍ମାଣ କରାଯିବ । ତେବେ ବୌଦ୍ଧ ଜିଲ୍ଲାରୁ ୩୦୩ଖଣ୍ଡ କାଠ ଯୋଗାଇଦେବା ଥିବା ବେଳେ ବର୍ତ୍ତମାନ ପ୍ରଥମ ପ୍ରଯ୍ୟାୟରେ ୨୮ଖଣ୍ଡ ଆସିଛି ବୋଲି ବନବିଭାଗ ଅଧିକାରୀଙ୍କ ସୂଚନା ମିଳିଛି l ଆଉ ଅବଶିଷ୍ଟାଂଶ କାଠ କ୍ରମାଗତରେ ଆସି ପହଞ୍ଚିବା ପାଇଁ ଚେଷ୍ଟା ଜାରି ରହିଛି l ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡର ଆବଶ୍ୟକତା ଥିବାବେଳେ ଗତବର୍ଷର ୧୧୮ ଖଣ୍ଡ କାଠ ବଳକା ଅଛି । ପୂର୍ବରୁ ପୁରୀ ରଥଖଳାକୁ ୧୦୪ ଖଣ୍ଡ କାଠ ପହଞ୍ଚିଥିବାବେଳେ ଖପୁରିଆ କରତକଳକୁ ୮୧ ଖଣ୍ଡ କାଠ ଯାଇଥିବା ବେଳେ ଶନିବାର ବୌଦ୍ଧ ଜିଲ୍ଲାରୁ ୨୮ ଖଣ୍ଡ କାଠ ପହଞ୍ଚିଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More