ପୁରୀ(ସଂଘର୍ଷ ମିଡିଆ) : – କଳିଙ୍ଗ ବଡି ବିଲ୍ଡିଙ୍ଗ ଫିଟନେସ୍ ଆସୋସିଏଶନ ଆନୁକୂଲ୍ୟରେ ପ୍ରଥମଥର ପାଇଁ ପୁରୀରେ ଅନୁଷ୍ଠିତ ହେବାକୁ ଯାଉଛି ୟୁନିଭର୍ସଲ ଲିଜେଣ୍ଡ କ୍ଲାସିକ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗିତା। ଆସନ୍ତା ନଭେମ୍ବର ୧୯ ତାରିଖରେ ପୁରୀ ବେଳାଭୂମିରେ ଏହି ପ୍ରତିଯୋଗିତା କରାଯିବ। ଏଥିରେ ୧୦ ଲକ୍ଷ ଟଙ୍କା ଅର୍ଥରାଶି ସହ ୬ଟି ପ୍ରୋ କାର୍ଡ, ଇଣ୍ଟରନ୍ୟାଶନାଲ ଲେଭଲ ଟ୍ରଫି ଓ ମେଡାଲ ପୁରସ୍କାର ଭାବେ ପ୍ରଦାନ କରାଯିବ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏହି ଅବସରରେ କଳିଙ୍ଗ ବଡି ବିଲ୍ଡିଙ୍ଗ ଆସୋସିଏଶନ ତରଫରୁ ଏକ କ୍ୟାଲେଣ୍ଡର ଉନ୍ମୋଚନ କରାଯାଇଛି, ଯେଉଁଥରେ ଆଗାମୀ ଦିନରେ ୟୁନିଭର୍ସାଲ ଲିଜେଣ୍ଡ କ୍ଲାସିକ, ମିଷ୍ଟର ଓ ମିସ୍ ଇଣ୍ଡିଆ ରାଜସ୍ଥାନ, ବିକ୍ରମ କ୍ଲାସିକ, ସ୍କାଡ କପ, ମିଷ୍ଟର ଓ ମିସ୍ ପୁରୀ, ମସଲ ମାନିଆ, ମିଷ୍ଟର ଓ ମିସ୍ ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ସମ୍ପର୍କରେ ସୂଚନା ରହିଛି। ଏତଦ୍ବ୍ୟତୀତ ଆସନ୍ତା ଡିସେମ୍ବର ଶେଷ ସପ୍ତାହରେ ଭୁବନେଶ୍ବର ବମିଖାଲଠାରେ ୧୭ହଜାର ସ୍କୋୟାର ଫୁଟ ଅଞ୍ଚଳରେ ପୂର୍ବ ଭାରତର ସବୁଠୁ ବଡ଼ ଜିମ୍ ଖୋଲାଯିବ । ଏହା ଲିଜେଣ୍ଡ ମସଲ ଫ୍ୟାକ୍ଟେରୀର ଏକ ପ୍ରମୁଖ ଶାଖା ଭାବେ କାର୍ଯ୍ୟ କରିବ। ଏଥିରେ ଉନ୍ନତ ମାନର ଅତ୍ୟାଧୁନିକ ସୁବିଧା ଯେପରିକି ଏମଏମଏ ରିଙ୍ଗ, କ୍ରସ୍ପେଟ, ଡିଜେ ସ୍ଵିନିଙ୍ଗ, ଜୁମ୍ବା,ଏରୋବିକ୍ସ, ଫୁଡକୋର୍ଟ, ସ୍ପା , ସପ୍ଲିମେଣ୍ଟ ଭଳି ଅନେକ ସୁବିଧା ସୁଯୋଗ ଉପଲବ୍ଧ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ୱାର୍ଲଡ ଫିଟ୍ନେସ ଫେଡେରେଶନର ଓଡ଼ିଶା ସଭାପତି ରଞ୍ଜନ ମହାନ୍ତି ଓ ଚିଫ୍ ପାଟର୍ନ ପ୍ରଭୁଜୀ ଗୌରୀଶଙ୍କର ସିଂହାରୀ ସୂଚନା ଦେଇଛନ୍ତି ।