ପୁରପଲ୍ଲୀରେ ରାମ ନବମୀ ପାଳିତ

14

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଜାର ଛକ ନିକଟରେ ଥିବା ରାମ ନବମୀରେ ସକାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତ ମାନେ ନଡ଼ିଆ, କଦଳୀ,ଧୂପ ଦୀପ ଧରି ପୂଜାର୍ଚ୍ଚନା କରିଥିଲେ।ସେହିଭଳି ସହରର ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ରାମ ମନ୍ଦିରରେ ଓ ସହରର ଦିବ୍ୟ ଜୀବନ ସଙ୍ଘ ପକ୍ଷରୁ ଶ୍ରୀ ରାମ ଚରିତ ମାନସ ହୋମଯଜ୍ଞ ହୋଇଥିଲା। ଆଖପାଖ ପୁରପଲ୍ଲୀରୁ ବହୁ ଭକ୍ତ ଏହି ହୋମଯଜ୍ଞରେ ସାମିଲ ହୋଇ ପ୍ରଭୁ ଶ୍ରୀ ରାମ ଚନ୍ଦ୍ରଙ୍କର ଆଶୀର୍ବାଦ ନେଇଥିଲେ। ଏହି ବର୍ଷ ବହୁ ଆଡମ୍ବରରେ ଶ୍ରୀ ରାମ ନବମୀ ପାଳିତ ହୋଇ ଯାଇଛି। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More