ଗଜପତି(ସଂଘର୍ଷ ମିଡିଆ) : – – ଗଜପତି ଜିଲ୍ଲା ଦକ୍ଷିଣାଞ୍ଚଳ ଜିଲ୍ଲା ହୋଇ ଥିବାରୁ ଏଠାରେ ଉଭୟ ଓଡ଼ିଆ ଓ ତେଲୁଗୁ ସମ୍ପ୍ରଦାୟର ପୂଜାପର୍ବ ପର୍ବାଣୀ ଗୁଡିକ ପାଳିତ ହେଉଛି।ଅତି ଆଡମ୍ବରରେ ଓ ଖୁସିରେ ଏହି ପର୍ବ ଗୁଡ଼ିକ ପାଳିତ ହେଉଛି।କାର୍ତ୍ତିକ ମାସର ଶୁକ୍ଳ ଚତୁର୍ଥୀକୁ ନାଗ ଚତୁର୍ଥୀ ଭାବେ ନାଗ ଦେବତାଙ୍କୁ ପୂଜା କରାଯାଉଛି। ଯାହାର ଜନ୍ମ ଜାତକରେ କାଳସର୍ପ ଦୋଷ ରହିଛି ସେ ନାଗ ପୂଜା କଲେ ନାଗ ଦୋଷରୁ ଖଣ୍ଡନ ହେଉଛନ୍ତି ବୋଲି ଲୋକଙ୍କ ଠାରେ ବିଶ୍ୱାସ ରହିଛି।ଆଜି ସକାଳୁ ପୁରପଲ୍ଲୀ ଓ ସହରବାସୀ ଫୁଲ ଫଳ ନଡ଼ିଆ ବିଭିନ୍ନ ପିଠା ପଣା ସହ ଅଣ୍ଡା କ୍ଷୀର ପ୍ରଭୃତି ପୂଜା ସାମଗ୍ରୀ ଧରି ସାପ ବିଳା ନିକଟରେ ସପରିବାର ବନ୍ଧୁ ବର୍ଗଙ୍କ ସହ ପୂଜାର୍ଚ୍ଚନା କରିଥାନ୍ତି। ଗଜପତିରୁ ବିବେକାନନ୍ଦ ବେହେରା ।