ଜଗତସିଂହପୁର ( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲାରେ କୋଭିଡ -19ରେ ନିଯୁକ୍ତ ଚୁକ୍ତି ଭିତ୍ତିକ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ଚୁକ୍ତି ଅବଧି ପୁର୍ବରୁ ପାରିଶ୍ରମିକ ନଦେଇ ଚଟେଇ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାତ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଦାବୀ ଗୁଡ଼ିକ ମଧ୍ୟରେ କୋଭିଡ-19ରେ ନିଯୁକ୍ତି ପ୍ରାପ୍ତ କରୋନା ଯୋଦ୍ଧା ମାନଙ୍କର ନିଯୁକ୍ତି ଅବଧି କୁ ବୃଦ୍ଧି କରିବା ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ।କୌଣସି ଏ.ଏନ.ଏମ ସେଣ୍ଟର, ପି.ଏଚ.ସି,ସି.ଏଚ. ସି,ଡି.ଏଚ. ଏଚ.ରେ ଚୁକ୍ତି ଭିତ୍ତିକ ମହିଳା ସ୍ଵାସ୍ଥ୍ୟ କର୍ମୀ ମାନଙ୍କୁ ନିଯୁକ୍ତ ପ୍ରଦାନ କରାଯାଉ,ଜିଲ୍ଲାରେ ଖାଲିପଡିଥିବା ପଦଵୀ ଗୁଡ଼ିକ ଯଥା ଏ.ଏନ.ଏମ,ଷ୍ଟାଫ ନର୍ସ ମାନଙ୍କୁ ଜିଲ୍ଲାରେ ଯଥାଶୀଘ୍ର ପୂରଣ କରାଯାଇ ଥଇଥାନ କରାଯାଉ।ଚୁକ୍ତି ଭିତ୍ତିକ ମାସିକ ଦରମା ତଥା ପାରିଶ୍ରମିକ ତୁରନ୍ତ ପ୍ରଦାନ କରାଯାଉ।ଏହି କାର୍ଯ୍ୟକ୍ରମ ରେ ଜିଲା ନର୍ସିଂ ଆସୋସିଏସନର ସଭାପତି ସୁଚିସ୍ମିତା ଜେନା,ସମ୍ପାଦକ ଲୋପାମୁଦ୍ର ସାସମଲ,ସଦସ୍ୟ ତାପ୍ତି ତନୟା,ଲକ୍ଷ୍ମୀପ୍ରିୟା ଦୁବେ,ଲୋପାମୁଦ୍ରା ମହାରଣା, କବିତା ନାୟକ,ସାଗରିକ ସାସମଲ,ମଧୁସ୍ମିତା ମହାପାତ୍ର ପ୍ରମୂଖ ମହିଳା ସ୍ଵାସ୍ଥ୍ୟ କର୍ମୀ ମାନେ ଯୋଗଦେଇ କହିଥିଲେ କୋଭିଡ ଯୋଦ୍ଧା ମାନକୁ ପ୍ରତାରଣା ମୂଳକ କାର୍ଯ୍ୟକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତର ସହ ପଦକ୍ଷେପ ନେଇ ପୁନଃ ନିଯୁକ୍ତି କରିବାକୁ ଦାବି କରିଥିଲେ।ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।