ପୁନଃ ଆରମ୍ଭ ହେବ ବାର୍ ରୁମ୍ ନିର୍ମାଣ କାର୍ଯ୍ୟ

30

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ବହୁ ପ୍ରତିକ୍ଷୀତ ନବରଙ୍ଗପୁର ଓକିଲ ସଂଘର ଟାଉନ ବାର ବିଲଡିଙ୍ଗ ନିର୍ମାଣ କାର୍ଯ୍ୟ ପୁନଃ ଆରମ୍ଭ ହେବାକୁ ଯାଉଛି । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ନିକଟରେ ଥିବା ପୁରୁଣା ବାରର ନିର୍ମାଣଧୀନ କୋଠା କୌଣସି କାରଣରୁ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହି ଯାଇଥିଲା । ସମ୍ପୃକ୍ତ କୋଠା ସଂପୂର୍ଣ୍ଣ କରିବାକୁ ଆଜି ନବରଙ୍ଗପୁର ଓକିଲ ସଂଘର ଏକ ପ୍ରତିନିଧି ଦଳ ନବରଙ୍ଗପୁର ବ୍ଲକର ବି ଡି ଓ ଙ୍କୁ ଭେଟି କୋଠା ସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଆଲୋଚନା କରିଥିଲେ । ବି ଡି ଓ ପ୍ରତିନିଧି ଦଳକୁ କୋଠା ନିର୍ମାଣ କାର୍ଯ୍ୟ ଚଳିତ ମାସ ୧୩ ତାରିଖ ଠାରୁ ଆରମ୍ଭ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସଂଘର ସମ୍ପାଦକ ତପନ ସିଂ ସୂଚନା ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ସମ୍ପାଦକ ତପନ ସିଂ , କାର୍ଯ୍ୟ କାରିଣୀ ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ , ସଂଘର ପୂର୍ବତନ ଉପ ସଭାପତି ତଥା ସରକାରୀ ଆଇନଜୀବୀ ସନ୍ତୋଷ ମିଶ୍ର, ଶ୍ରୀନିବାସ ପାତ୍ର ସାମିଲ ହୋଇଥିଲେ । ଏହା ପରେ ବ୍ଲକର ଯନ୍ତ୍ରୀ ଉର୍ଜ୍ଜା ଦୀପକ ବେହେରା ନିର୍ମାଣଧୀନ ବାର ରୁମ ନିକଟକୁ ଯାଇ କୋଠାର ତଦାରଖ କରିଥିଲେ । ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ହରି ନାରାୟଣ ବେହେରା,ବରିଷ୍ଠ ଆଇନଜୀବୀ ଦିଲ୍ଲୀପ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More