ପୁତୁରାକୁ କରୋନା; ଭୟରେ କକାର କୂଅକୁ ଡ଼େଇଁ ଆତ୍ମହତ୍ୟା

28

Get real time updates directly on you device, subscribe now.

ବଲାଙ୍ଗିର ( ସଂଘର୍ଷ ମିଡିଆ ) : ତାମିଲନାଡ଼ୁରୁ ଫେରିବା ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବଲାଙ୍ଗିର ଜିଲା ତୁଷରା ନିକଟସ୍ଥ ଲଖରିଆ ଗାଁର ଜଣେ ଯୁବକଙ୍କ କାକା କୂଅକୁ ଡ଼େଇଁ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁର ନିର୍ଦିଷ୍ଟ କାରଣ ଜଣା ପଡ଼ି ନ ଥିଲେ ମଧ୍ୟ କରୋନା ଭୟରେ ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେଉଛି । ମୃତଙ୍କ ନାମ ଶେଷଦେବ ଭୋଇ ଓ ତାଙ୍କ ବୟସ ୫୪ ବର୍ଷ ବୋଲି ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଶବକୁ କୂଅରୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି । ଉଲ୍ଲେଖଯୋଗ୍ୟ ଯେ ଏହି ଗାଁର ଜଣେ ଯୁବକ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ପରିବାରକୁ ଏକାନ୍ତବାସରେ ରହିବାକୁ କୁହାଯାଇଥିଲା । ଯୁବକଙ୍କ କାକା ମଧ୍ୟ ଏକାନ୍ତବାସରେ ଥିଲେ ଓ ଏଥିପାଇଁ ସେ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ଆତ୍ମହତ୍ୟା ପଛରେ ଭିନ୍ନ କାରଣ ରହିଛି କିନ୍ତୁ ବର୍ତମାନ କରୋନା ସଂକ୍ରମଣ ବ୍ୟାପିଥିବାରୁ ଏହି ଘଟଣାକୁ ପୁତୁରାର ସଂକ୍ରମିତ ଘଟଣା ସହ ଯୋଡ଼ାଯାଉଛି ବୋଲି ଗ୍ରାମର କିଛି ବ୍ୟକ୍ତି ମତ ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More