ପୁରୀ(ସଂଘର୍ଷ ମିଡିଆ) : – ପୁଣି ଶ୍ରୀ ମନ୍ଦିର ଭିତର ଭିଡ଼ିଓ ଭାଈରାଲ। ରୋହିତ ଜୟସ୍ୱାଲ ନାମକ ଜଣେ ଯୁବକ ଶ୍ରୀ ମନ୍ଦିର ଭିତରେ ରିଲ୍ସ କରି ନିଜ instagraam ରେ ଭିଡ଼ିଓ ଅପଲୋଡ଼ କରିଛନ୍ତି। ତେବେ ଶ୍ରୀ ମନ୍ଦିର ଏତେ କଡ଼ା ନିରାପତ୍ତା ସତ୍ବେ ସେ କିଭଳି ମୋବାଇଲ୍ ନେଲେ ଓ ରିଲ ବନାଇଲେ ସେ ନେଇ ପ୍ରଶ୍ନ ବାଚୀ ଶୃଷ୍ଟି ହୋଇଚି। ଶ୍ରୀ ମନ୍ଦିର ଭିତରେ ମାଳମାଳ ପୋଲିସ୍ ଥିବା ବେଳେ କେମିତି କେହୀ ଦେଖି ପାରିଲେନି ସେ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ଘଟଣା ପୁଣି ଶ୍ରୀ ମନ୍ଦିର ର ଢିଲା ସୁରକ୍ଷା ବ୍ୟବସ୍ଥା ଥିବା ପ୍ରମାଣିତ କରିଦେଇଛି। ଯେଉଁଠି ପୋଲିସ୍ ସାମାନ୍ୟ ମୋବାଇଲ ଟିଏ ଧରି ପାରୁନାହିଁ ସେଠୀ ଯଦି କେହି କିଛି ବିପଦ ଜନକ ସାମଗ୍ରୀ ନେଲେ କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି। ତେବେ ଉକ୍ତ ଯୁବକ କେମିତି ମୋବାଇଲ୍ ନେଲେ ଅଥବା କିଏ ତାଙ୍କୁ ମୋବାଇଲ୍ ନେବାରେ ସହଯୋଗ କରିଚି ତାର ତଦନ୍ତ କରାଯାଇ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ହୋଇଚି। ପୁର୍ବରୁ ଏନ୍ ଆଇ ଏ ବାରମ୍ବାର ଶ୍ରୀ ମନ୍ଦିରକୁ ଆତଙ୍କ ବାଦିଙ୍କ ବିପଦ ଥିବା ସତର୍କ କରି ଆସିଛି। ହେଲେ ପୁରୀ ପୋଲିସ୍ ଏହାକୁ ଗୁରୁତର ଭାବେ ନେଉ ନ ଥିବା ଅଭିଯୋଗ ହୋଇ ଆସୁଚି। ତେବେ ଭକ୍ତ ଏବଂ ଶ୍ରୀ ମନ୍ଦିର ସୁରକ୍ଷା ପାଇଁ ଚେକିଙ୍ଗ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଦାବୀ ହୋଇଛି।