ପୁଣି ମୈଦଲପୁର ବନ ବିଭାଗ ତରଫରୁ ଗୁଜମାପଦର ଗାଁରୁ ଉଦ୍ଧାର ହେଲା ୮ ଫୁଟ ଲମ୍ବର ଅଜଗର ସାପ

20

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ): – ପୁଣି ଉଦ୍ଧାର ହେଲେ 8 ଫୁଟରୁ ଉର୍ଦ୍ଧ ଅଜଗର ସାପ ସୂଚନା ମୁତାବକ କିଛି ଦିନ ତଳେ ମାଝୀଗୁଡା ପଂଚାୟତ ଅନ୍ତର୍ଗତ ବଣ୍ଡକାଲଦି ଜଙ୍ଗଲ ନିକଟ ମକା କ୍ଷେତରୁ ୭ ଫୁଟରୁ ଉର୍ଦ୍ଧ ଅଜଗର ସାପ କୁ ଉଦ୍ଧାର କରି ଥିଲା ମୈଦଲପୁର ବନ ବିଭାଗ ! ଉଦ୍ଧାର ପରେ ସୁରକ୍ଷିତ ସ୍ଥାନ କୁ ନେଇ ଛାଡି ଥିଲା ବନ ବିଭାଗ ! ଏହା ପରେ ପୁଣି ଏକ ୮ ଫୁଟରୁ ଉର୍ଦ୍ଧ ଅଜଗର ସାପ ଉଦ୍ଧାର କରିଛି ମୈଦଲପୁର ବନ ବିଭାଗ ! ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ! ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ଅନ୍ତର୍ଗତ ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତର ର ଗୁଜମାପଦର ଗାଁରେ ଏକ ଅଜଗର ସାପ ଉଦ୍ଧାର ହୋଇଛି । ସୂଚନା ପ୍ରକାରେ ମୈଦଲପୁର ପଂଚାୟତ ଅନ୍ତର୍ଗତ ଗୁଜମାପଦର ଗାଁରେ ଆଜି 0୩:00 ଘଣ୍ଟା ସମୟରେ ଗାଁର ଲୋକେ ଦେଖିଥିଲେ lଏହା ପରେ ମଇଦଲପୁର ବନବିଭାଗ କୁ ଖବର ଦେଇଥିଲେ । ମଇଦଲପୁର ବନବିଭାଗ ଅଧିକାରୀ ମଧୁସୁଦନ ପାତ୍ରଙ୍କ ନେତୃତ୍ୱରେ ତାଙ୍କ ଟିମ ଓ ଗ୍ରାମବାସୀଙ୍କ ସହାୟତାରେ ପ୍ରାୟ ୮ ଫୁଟରୁ ଉର୍ଦ୍ଧ ଅଜଗରକୁ ଉଦ୍ଧାର କରାଯାଇଥିଲା । ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲି ଜୀବଜନ୍ତୁ , ସରୀସୃପ ମାନେ ଗାଁ ମୁହାଁ ହେବାକୁ ଦେଖିବାକୁ ମିଳୁଛି । ଅଜଗର ପ୍ରାୟତଃ ଏଅଞ୍ଚଳରେ ଦେଖିବାକୁ ମିଳି ନ ଥାଏ ।ସ୍ୱାସ୍ଥ୍ୟ ପରୀକ୍ଷା ପରେ ସୁରକ୍ଷିତ ସ୍ଥାନରେ ଛଡା ଯିବ ବୋଲି କହିଛନ୍ତି ବନବିଭାଗ ମଇଦଲପୁର ବନ ପାଳ ମଧୁସୂଦନ ପାତ୍ର । ଏହି ଉଦ୍ଧାର କାର୍ଯ୍ୟରେ ବସନ୍ତ ନାୟକ ସହ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More