ପୁଣି ମାଣ୍ଡେଲ୍ ଗ୍ରାମର ଦାଦନ ଶ୍ରମିକ ଲୋକନାଥଙ୍କ ମୃତ୍ୟୁ, ସମାଜସେବୀ ବାବୁଲି ଦାଦାଙ୍କ ସହଯୋଗରେ ଫେରୁଛି ମୃତଦେହ

24

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମର ଲୋକନାଥ ଦୀପ ପିତା ସାନେ ଦୀପ, ନିଜ ପରିବାର ପେଟକୁ ଗଣ୍ଡେ ଦାନା ଯୋଗାଇବା ପାଇଁ ସୁଦୂର ତାମିଲନାଡୁ ର କଇମ୍ବାଟୁ ସହରକୁ ଦାଦନ ଖଟିବାକୁ ଯାଇ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ହୋଇ ପଡ଼ିଥିଲେ । ଅସୁସ୍ଥ ଲୋକନାଥଙ୍କୁ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିବା ବେଳେ ସେ ଚିକିତ୍ସିତ ଅବସ୍ଥାରେ ଗତ ତିନିଦିନ ତଳେ ମୃତ୍ୟୁବରଣ କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଖବର ଟି ସ୍ଥାନୀୟ ସମାଜସେବୀ ଦିଲ୍ଲୀପ ନାଏକ ଓ ପରିବାର ବର୍ଗ ଭବାନୀପାଟଣାର ଗରିବ ଓ ନିସହାୟଙ୍କ ବନ୍ଧୁ ନିରପେକ୍ଷ ସମାଜସେବୀ ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ସଭାପତି ତଥା ରାଜ୍ୟ ସମ୍ପାଦକ ବାବୁଲି ମଣ୍ଡଳଙ୍କୁ ଦେଖାକରି ସମସ୍ତ ବିଷୟ କହି ଦାଦନ ଶ୍ରମିକ ଲୋକନାଥ ଦୀପଙ୍କ ମୃତଦେହ କେମିତି ଜନ୍ମ ମାଟିକୁ ଫେରିବ ତାହା ଜଣାଇବା ପରେ ଶ୍ରୀ ମଣ୍ଡଳ ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଅଧିକାରୀଙ୍କ ଶହ ଆଲୋଚନା କରି ସୁଦୂର ତାମିଲନାଡୁରୁ ଶବ ଫେରିବା ଓ ମୃତ ପରିବାର ବର୍ଗଙ୍କୁ ସରକାରୀ ଆର୍ଥିକ ସହାୟତା ପାଇବା ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଇଛନ୍ତି । ଏଣୁ ଶ୍ରୀ ବାବୁଲି ଦାଦାଙ୍କୁ ମୃତ ପରିବାର ବର୍ଗ ଓ ଗ୍ରାମବାସୀ ଆନ୍ତରିକ କୃତଜ୍ଞତା ଜଣାଇବା ଥିବା ବେଳେ ତାଙ୍କର ଏଭଳି ନିଃସ୍ୱାର୍ଥ ପର ସେବାକୁ ନର୍ଲା ଅଞ୍ଚଳବାସୀ ସାଧୁବାଦ୍ ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More