ପୁଣି ଭଦ୍ରକରେ ଲଭ୍ ପରେ ସେକ୍ସ ଏବେ ଧୋକ୍କା ଅଭିଯୋଗ

9

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ ): – ଦିନେ କି ଦୁଇଦିନ ନୁହଁ ଲଗାତର ତିନି ବର୍ଷ ଧରି ଅନାବିଳ ପ୍ରେମ କରିବା ପରେ ପ୍ରେମିକାକୁ ଧୋକ୍କା ଦେଇଛି ପ୍ରେମିକ । ବିବାହ ପାଇଁ ଲଗ୍ନ ଧରା ପୂର୍ବରୁ ପ୍ରେମିକ ଏବେ ଫେରାର, ଶୁକ୍ରବାର ସକାଳୁ ପ୍ରେମିକ ଦୁଆରେ ଧାରଣାରେ ବସି ରହିଛି ପ୍ରେମିକା । ଲଭ୍, ସେକ୍ସ ଆଉ ଧୋକ୍କାର ଶିକାର ହୋଇ ଶେଷରେ ନିଜ ଜୀବନକୁ ବାଜି ଲଗେଇ ଦେଇଛି ପ୍ରେମିକା । ବିଧବା ମାଆଙ୍କ ସମେତ କେତେକ ସମ୍ପର୍କିୟଙ୍କ ସହିତ ଅନଶନରେ ବସିଛି ପ୍ରେମିକା। ବିବାହ ନକରିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ଏବଂ ଯଦି ବିଫଳ ହୁଏ ପ୍ରେମିକ ଦୂଆରେ ଆତ୍ମହତ୍ୟା କରିବ ବୋଲି ଚେତାବନି ମଧ୍ୟ ଦେଇଛି ପ୍ରେମିକା। ପୋଲିସ ହସ୍ତକ୍ଷେପ କରିଥିଲେ ମଧ୍ଯ କୌଣସି ସମାଧାନ ହୋଇ ନଥିବା ଜଣା ଯାଇଛି। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ପୁଣି ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେ । ଏହି ଗାଁର ପୁଷ୍ପାଞ୍ଜଳି (ଛଦ୍ମନାମ) ନାମକ ଜନୈକା ସାବାଳିକା ଝିଅ ସହିତ ଅମୁଲ୍ଯ ମାଝିଙ୍କ ପୁଅ ଜିତେନ୍ଦ୍ରଙ୍କ ସହ ୩ ବର୍ଷ ତଳେ ଦେଖା ହେବାପରେ ଜିତେନ୍ଦ୍ର ପ୍ରେମ ନିବେଦନ କରିଥିଲା ଏବଂ ପୁଷ୍ପାଞ୍ଜଳି (ଛଦ୍ମନାମ)ରାଜି ନହେବାରୁ ତମ ବିନା ମୁଁ ବଞି ପାରିବି ନାହିଁ ମୁଁ ତମକୁ ବିବାହ କରିବାକୁ ଚାହେଁ ନହେଲେ ମୁଁ ଆତ୍ମହତ୍ୟା କରିଦେବି ବୋଲି ଜିତେନ୍ଦ୍ର କହିବା ପରେ କିଛି ଦିନ ପରେ ଉଭୟଙ୍କ ମଧ୍ଯରେ ଗଢି ଉଠିଥିଲା ପ୍ରେମ। ସେହିଦିନ ଠାରୁ ଦୁହେଁ ହଜି ଯାଇଥିଲେ ପ୍ରେମର ଦୁନିଆରେ । ଆଉ ତାପରେ ସେକ୍ସର ମଜା ଉଠେଇଥିଲା ପ୍ରେମିକ ଜିତେନ୍ଦ୍ର । ଏପରିକି ଗତ ପଣା ସଂକ୍ରାନ୍ତିରେ ଏକ ମନ୍ଦିରରେ ପୁଷ୍ପାଞ୍ଜଳି ମଥାରେ ସିନ୍ଦୁର ପିନ୍ଧାଇ ବିବାହର ପ୍ରତିଶୃତିକୁ ମଜବୁତ ମଧ୍ଯ କରିଥିଲା ଜିତେନ୍ଦ୍ର। ଗତ ମାସ ୨୬ ତାରିଖରେ ଜିତେନ୍ଦ୍ରଙ୍କ ପରିବାର ଲୋକେ ପୁଷ୍ପାଞ୍ଜଳିଙ୍କ ଘରକୁ ଯାଇ ବିବାହର ପ୍ରତିଶୃତି ଦେବା ସହ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ। ପୁଷ୍ପାଞ୍ଜଳିଙ୍କ ମାଆ ଧାର କରଜ କରି ବିବାହ ସାମଗ୍ରୀ କିଣିରେ ଲାଗି ପଡ଼ିଥିଲେ । ଗତ ୪ ତାରିଖରେ ଜିତେନ୍ଦ୍ର ମଧ୍ଯ ପୁଷ୍ପାଞ୍ଜଳିଙ୍କ ଘରକୁ ବୁଲାବୁଲି ଯାଇ ଲଗ୍ନ ପାଇଁ ପ୍ରତିସୃତି ଦେଇ ଫେରି ଆସିଥିଲା । ହେଲେ ୫ ତାରିଖ ଠାରୁ ଜିତେନ୍ଦ୍ର କେଉଁ ଆଡେ ଫେରାର ହୋଇ ଯାଇଛି । ବିବାହ ପାଇଁ ଲଗ୍ନ ଧରା ପାଇଁ ପ୍ରେମିକାର ବନ୍ଧୁ ବାନ୍ଧବ ଲଗ୍ନ ଧରିବା ପାଇଁ ପହଞି ଯାଇଛନ୍ତି । ଏବେ ପୁସ୍ପାଞଳିର ପରିବାର କରିବେ କ’ଣ ନିରୁପାୟ ହୋଇ ଶେଷରେ ଜିତେନ୍ଦ୍ରଙ୍କ ଘର ଦୁଆରେ ପ୍ରେମିକା ଯାଇ ଅନଶନରେ ବସିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More