ପୁଣି ପୁରୁଣା ପଦ୍ଧତିକୁ ଫେରିବ ମାଟ୍ରିକ ପରୀକ୍ଷା

11

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – ପୁଣି ପୁରୁଣା ପଦ୍ଧତିକୁ ଫେରିଛି ମାଟ୍ରିକ ପରୀକ୍ଷା । ହଟିଛି ସମେଟିଭ ପରୀକ୍ଷା । ପରୀକ୍ଷାର୍ଥୀ ଏଥର ପୂର୍ବଭଳି ଥରେ ପରୀକ୍ଷା ଦେବେ । କୋଭିଡ ମହାମାରୀ ସମୟରେ ମାଟ୍ରିକ ପରୀକ୍ଷାରେ ପରିବର୍ତନ ହୋଇଥିଲା । ପରୀକ୍ଷାର୍ଥୀଙ୍କୁ ବର୍ଷକରେ ଦୁଇଥର ପରୀକ୍ଷା ଦେବାକୁ ପଡୁଥିଲା । ଏବେ ନିଷ୍ପତ୍ତି ଅନୁସାରେ ପରୀକ୍ଷାର୍ଥୀ ଏଣିକି ଗୋଟିଏ ବୋର୍ଡ ପରୀକ୍ଷା ଦେବେ ପୂର୍ବରୁ ହେଉଥିବା ଦୁଇଟି ସମେଟିଭ ପରୀକ୍ଷା ଆଉ ରହିବ ନାହିଁ ଦଶମରେ କେବଳ ବାର୍ଷିକ ପରୀକ୍ଷା ହେବ।କେବଳ ଗୋଟିଏ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ପୁରୁଣା ପଦ୍ଧତିରେ ହେବ ପରୀକ୍ଷା କିନ୍ତୁ ଇଣ୍ଟରନାଲ ଆସେସମେଂଟ ଓ ଅର୍ଦ୍ଧ-ବାର୍ଷିକ ପରୀକ୍ଷା ରହିବ। ପ୍ରଶ୍ନପତ୍ର ଢାଞ୍ଚା ବି ବଦଳିବ। ୬୦୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଏ ନେଇ ବୋର୍ଡର ସଭାପତି ରାମାଶିସ ହାଜରା ଘୋଷଣା କରିଛନ୍ତି । କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More