ପୁଣି ପିଆଜ-ରଶୁଣ-ଅଦା ବୁହାଇଲା ଲୁହ

34

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ପିଆଜ କାଟିଲେ କି ଛେଚିଲେ ଆଖିରୁ ଲୁହ ବାହାରେ । ମାତ୍ର କରୋନା କାଳରେ ଲୋକଙ୍କ ରୋଜଗାର କମିଥିବା ସମୟରେ ପିଆଜ-ରଶୁଣ-ଅଦା କିଣିବାକୁ ଯାଉଥିବା ଖାଉଟିଙ୍କ ଆଖିରୁ ଲୁହ ଝରୁଛି । ଏପରିକି ନବରାତ୍ରୀ ସମୟରେ ଉତ୍ତରଭାରତର ଅଧିକାଂଶ ରାଜ୍ୟରେ ପିଆଜ-ରଶୁଣ ଖାଉ ନ ଥିଲେ ମଧ୍ୟ ଏହା ପିଆଜ ଦର ହ୍ରାସ ଉପ​‌ରେ କୌଣସି ପ୍ରଭାବ ପକାଇ ପାରିନାହିଁ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପିଆଜ ଦର କିଲୋପିଛା ୫୦ରୁ ୬୦ ଟଙ୍କା, ରଶୁଣ ଓ ଅଦା କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରାଯାଉଛି । ଏହି ସ୍ଥିତିରେ ମଙ୍ଗଳବାର ଦେଶର ବୃହତ୍ତମ ପିଆଜ ମଣ୍ଡି ମହାରାଷ୍ଟ୍ରର ଲାସାଲଗାଓଁରେ ପିଆଜ କ୍ବିଣ୍ଟାଲ ୬୮୦୨ ଟଙ୍କାରେ ପହଞ୍ଚିବା ପ​‌ରେ ଦୀପାବଳି ବେଳକୁ ଦେଶରେ ପିଆଜ ଦର ୮୦ଟଙ୍କାରୁ ୧୦୦ରେ ପହଞ୍ଚିଯାଇପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More