ପୁଣି ଦାନ ମାଝୀ ଘଟଣାର ପୁନରାବୃତ୍ତି , ପୁରୀରୁ ଟ୍ରଲିରେ କଟକ ଆସିଥିବା ମହିଳାଙ୍କ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ମିଳିଲାନି ଆମ୍ବୁଲାନ୍ସ। ରୋଗୀଣା ସ୍ତ୍ରୀର ଚିକିତ୍ସା ପାଇଁ ପୁରୀରୁ କଟକ ପ୍ରାୟ ୯୦କି.ମି ଟ୍ରଲିରେ ବୋହିଲେ। ହେଲେ ବଞ୍ଚାଇପାରିଲେନି ନିଜ ଧର୍ମପତ୍ନୀଙ୍କୁ। ଶେଷରେ ଟ୍ରଲିରେ ପୁରୀରୁ କଟକ ଆସିଥିବା ମହିଳାଙ୍କ ରବିବାର ମୃତ୍ୟୁ ଘଟିଛି। ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏନେଇ ଏସସିବି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ସରକାରୀ ସ୍ବାସ୍ଥ୍ୟସେବା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଥିବା ବେଳେ ଦାନ ମାଝୀ ଘଟଣାର ପୁନରାବୃତ୍ତି ହୋଇଥିବା କୁହାଯାଉଛି।