ପୁଣି ଦବିଲା ପୁରୀ ଚକ୍ରତୀର୍ଥ ରାସ୍ତା, ଏକ ବଡ଼ ଅଘଟଣରୁ ବର୍ତ୍ତିଲେ ବସରେ ଥିବା ଯାତ୍ରୀ

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ପୁରୀ ଚକ୍ରତୀର୍ଥ ରୋଡ ବେଡ଼ି ହନୁମାନ ମନ୍ଦିର ପାଖରେ ଘଟିଛି ଏଭଳି ଅଭାବନୀୟ ଘଟଣା। ରାସ୍ତା ଦବି ଯିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ବକୁ ବନ୍ଦ ରଖାଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ପୂର୍ତ୍ତ ବିଭାଗ ଓ ସ୍ବେରେଜର ଅବହେଳା ଯୋଗୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଆଜି ସକାଳେ ଚକ୍ରତୀର୍ଥ ରାସ୍ତା ଦେଇ ଏକ ବସ୍ ଯାଉଥିବା ସମୟରେ ବେଡ଼ି ହନୁମାନ ମନ୍ଦିର ସମ୍ମୁଖ ରାସ୍ତାଟି ଦବି ଯାଇଥିଲା। ଫଳରେ ବସ ଭିତରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତୁରନ୍ତ ଏହି ରାସ୍ତାକୁ ନିର୍ମାଣ କରାଯିବା ପାଇଁ ଦାବି ହୋଇଚି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More