ପୁରୀ ( ସଂଘର୍ଷ ମିଡିଆ ) : ପୁଣି ତାତିଲେ ପୁରୀର ଆଇନିଜୀବି । ଆଜି ରାଜରାସ୍ତାରେ ଆଇନିଜୀବି । କେ॰ ରମେଶ ହାଜତ ମୃତ୍ୟୁର C. B. I ତଦନ୍ତ ଦାବୀକଲେ ପୁରୀ ଜ଼ିଲ୍ଲା ଓକିଲ ସଂଘ । ପୂର୍ବତନ SP ଓ ବାସେଳି ଥାନା ଆଇଆଇସିଙ୍କ ବିରୁଦ୍ଧରେ ନାନାବାଜି ଦେଇଥିଲେ । ସେମାନଙ୍କ ବିରୁଦ୍ଧରେ ୩୦୨ଦଫା ଲଗାଯାଇ ଗିରଫ କରିବାକୁ ଦାବୀ କରିଛନ୍ତି ପୁରୀ ଓକିଲ ସଂଘର କର୍ମକର୍ତାମାନେ । ଏହି ବିକ୍ଷୋଭରେ ସାମିଲଥିଲେ ଆଇନିଜୀବି ଶରତ ରାୟଗୁରୁ, ବିମଳ ଦାସ, ତପନ ବାରିକି, କର୍ଣ୍ଣ ବୀର ମହାପାତ୍ର, ଅମ୍ବିକା ଦାଶ, ମନୋଜ କୁମାର ପ୍ରଧାନ, କାଳୀ ଶଙ୍କର ବାରିକ, ଶକ୍ତିଧର ବିଶୋଇ, ଅନିଲ କୁମାର, ଶ୍ରୀ କୁମାର ମିଶ୍ର, କମଳ ମିଶ୍ର, ସାରଦା ସାମଲ, ବିଭୁତି ଶଙ୍କର ତ୍ରିପାଠୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ଦେଖାଯାଉ ଆଇନିଜୀବିମାନଙ୍କ ଦାବୀକୁ ସରକାର କେତେଦୂର ଗ୍ରହଣ କରୁଛନ୍ତି । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।