ପୁଣି ଜନନୀ ଯନ୍ତ୍ରଣା , ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ ଗର୍ଭବତି

29

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ଗର୍ଭବତି । ଦେଶ ସ୍ଵାଧିନତାର ୭୪ ବର୍ଷ ପରେ ମଧ୍ୟ ନିଜର ମୌଳିକ ଅଧିକାରରୁ ବଞ୍ଚିତ । ଏ କେଉଁ ଉପାନ୍ତ ଅଞ୍ଚଳ କଥା ନୁହଁ । ଏହି ପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ବାଲିମୁଣ୍ଡା ପଞ୍ଚାୟତର ପାଞ୍ଚଘେରିଆ ଗ୍ରାମରେ। କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କର ମାଳ ମାଳି ଯୋଜନା ସତେ ଯେମିତି ସାତ ସପନ ପାଲଟିଛି ଏହି ଅଞଳ ପାଇଁ । ଗ୍ରାମଙ୍କୁ ଭଲ ରାସ୍ତା ନଥିବାରୁ ବର୍ଷା ଦିନେ ଅମ୍ବୁଲାନ୍ସ ଯାଇପାରୁ ନାହିଁ । ଯାହା ଫଳରେ ଖଟିଆ, ଭାରା ହେଉଛି ସାହା ଭରଷା । ରାସ୍ତା ନଥିବାରୁ ରୋଗିକୁ ୪ କିମି ମୁଖ୍ୟ ରାସ୍ତାକୁ ଅଣାଯାଏ ,ସେହିଠାରୁ ରୋଗି ଅମ୍ବୁଲାନ୍ସରେ ଡାକ୍ତରଖାନା ଯାଇଥାଏ । ଗତକାଲି ଏକ ଗର୍ଭବତି ମହିଳାକୁ ଭାରାରେ ମୂଖ୍ୟ ରାସ୍ତାକୁ ଅଣାଯାଉଥିବା ବେଳେ ଗର୍ଭବତି ଜଣକ ରାସ୍ତାରେ ପ୍ରସବ କରିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More