ପୁରୀ(ସଂଘର୍ଷ ମିଡିଆ) : – ପୁଣି ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ। ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ନେଇ ବେପାର। ଶାଢୀରେ ଶ୍ରୀବିଗ୍ରହଙ୍କ ଚିତ୍ର ସହ ରଥ ଯାତ୍ରାର ଦୃଶ୍ୟକୁ ଦିଆଯାଇଛି ସ୍ଥାନ। ଭୁବନେଶ୍ବରର ଏକ ଏକ ଶାଢୀ ଦୋକାନ BIGRAYNରେ ବିକ୍ରୀ ହେଉଚି ଏହି ଶାଢୀ। ଏହା ଜଣାପଡିବା ପରେ କିଛି ବ୍ୟକ୍ତି ଏହାର ଫୋଟୋ ଉଠାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଏହାକୁ କଡ଼ା ନିନ୍ଦା କରିଛନ୍ତି। ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ଅସମ୍ମାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଜଗନ୍ନାଥ ପ୍ରେମୀ ମହଲରେ। ଜଗନ୍ନାଥ ସେନା ଆବାହକ ଏଭଳି କାର୍ଯ୍ୟକୁ କଡ଼ା ନିନ୍ଦା କରିଚନ୍ତି। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥାର ପ୍ରତୀକ, କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଓ ତାଙ୍କର ପ୍ରସିଦ୍ଧ ରଥ ଯାତ୍ରାକୁ ଶାଢୀରେ ଚିତ୍ରିତ କରି ଏହାକୁ ବ୍ୟବସାୟରେ ଲଗାଇବା ଦୁଃଖ ଦାୟକ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ରଖିଛନ୍ତି। ତୁରନ୍ତ ପୁରୀ ଶ୍ରୀ ମନ୍ଦିର ପ୍ରଶାସନ ଏ ଦିଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ ପ୍ରେମୀ ଦାବୀ କରିଛନ୍ତି। ପୁର୍ବରୁ ମହାପ୍ରଭୁଙ୍କ ଚିତ୍ରକୁ ନେଇ ଅନେକ ବ୍ୟଙ୍ଗତ୍ମକ ଢଙ୍ଗରେ ଚିତ୍ରଣ କରାଯାଇଛି। ରଥ ଯାତ୍ରା ଆଳରେ କାରରେ ଠାକୁରଙ୍କୁ ବସାଇ ରଥଯାତ୍ରା କରିବା , ଇସ୍କନ ପକ୍ଷରୁ ରଥ ଯାତ୍ରା ଦିନ ରଥ ଯାତ୍ରା କରାନଯାଇ ଅଦିନିଆ ରଥ ଯାତ୍ରା କରିବା ଆଦି ବିଭିନ୍ନ ପ୍ରସଂଗକୁ ପୁର୍ବରୁ ବାଦ ବିବାଦ ସୃଷ୍ଟି ହୋଇଛି। ତେବେ ପୁଣି ମହାପ୍ରଭୁଙ୍କ ପ୍ରତିକୃତି ଓ ରଥ ଯାତ୍ରାକୁ ଶାଢୀରେ ଚିତ୍ରିତ କରି ବିକ୍ରୀ ପ୍ରଚେଷ୍ଟା ସବୁ ମହଲରେ ନିନ୍ଦା କରଯାଇଛି।