ପୁଣି ଚର୍ଚାରେ ବହୁଚର୍ଚିତ ଛତୁଆ ଘୋଟଲା

14

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲ୍ଲାରେ ଛତୁଆ କାରବାରରେ ବ୍ୟାପକ ଦୁର୍ନୀତି ହୋଇଥିବା ତଥ୍ୟ,ପ୍ରମାଣ ମିଳିଛି।ଏହି କାରବାରରେ ଜଣେ ସରକାରୀ କର୍ମଚାରୀ ସଂପୃକ୍ତ ଥିବା ଜଣାପଡିଛ।ବେନାମୀ ଆକାଉଣ୍ଟ ଖୋଲି ଛତୁଆ ଯୋଗାଣରେ ସମ୍ପୃକ୍ତି ନଥିବା ବିଭିନ୍ନ ଆକାଉଣ୍ଟକୁ ପ୍ରତିଦିନ ଟଙ୍କା ପଠାଯାଇଛି।ଏଭଳିକି କିଛି ରାଜନେତାଙ୍କ ଆକାଉଣ୍ଟକୁ ମଧ୍ୟ ସିଧାସଳଖ ଟଙ୍କା ଯାଇଥିବା ମିଳିଥିବା ପ୍ରମାଣରୁ ସ୍ପଷ୍ଟ ହୋଇଛି।୨୦୧୨ ମସିହାରୁ ରାଜ୍ୟରେ ଚାଲିଛି ସମନିତ୍ଵ ଶିଶୁ ବିକାଶ ପ୍ରକଳ୍ପ।ପୁରୀ ଜିଲ୍ଲାରେ ୨୫୯୯ଟି ଅଙ୍ଗନବାଡି କେନ୍ଦ୍ର ଥିବାବେଳେ ପୁରୀ ପୌରପାଳିକାରେ ୮୦ ଓ ସଦର ଅଂଚଳରେ ୨୬୯ଟି ଅଙ୍ଗନବାଡି କେନ୍ଦ୍ର ରହିଛି।କିଛି ସ୍ୱୟଂ ସହାୟକ ଗୋଷ୍ଠୀକୁ ଛତୁଆ ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱ ଦିଆଯାଇଛି।ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ପରିସଂଖ୍ୟାନ ସହାୟକ ରୂପେ କାର୍ଯ୍ୟ କରୁଥିବା କୃଷ୍ଣଚନ୍ଦ୍ର ଜେନା ନାମରେ ଜଣେ ବ୍ୟକ୍ତି ଏହି ଦୁର୍ନୀତିରେ ସଂପୃକ୍ତ ଥିବା ସଚେତନ ନାଗରିକ ମଞ୍ଚ ଅଭିଯୋଗ ଆଣିଛି।ଏ ନେଇ ରାଜ୍ୟପାଳ,ବିଭାଗୀୟ ମନ୍ତ୍ରୀ, ସଚିବ,ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ଭିଜିଲାନ୍ସ ନିକଟରେ ପ୍ରମାଣ ସହ ଅଭିଯୋଗ କରାଯାଉଛି।୨୦୧୭ ଡିସେମ୍ବର ସୁଦ୍ଧା ଓଁମ ଏଣ୍ଟରପ୍ରାଇଜର୍ସ,ସାଇକୃପା ଏଣ୍ଟରପ୍ରାଇଜର୍ସ ଭଳି ବ୍ୟବସାୟିକ ଆକାଉଣ୍ଟରୁ ପରିସଂଖ୍ୟାନ ସହାୟକ ରୂପେ କାର୍ଯ୍ୟ କରୁଥିବା କୃଷ୍ଣଚନ୍ଦ୍ର ଜେନାଙ୍କ ପୁତ୍ର ବିଶ୍ବରଂଜନ ଜେନାଙ୍କୁ ଡାକ୍ତର ପଢାଇବା ପାଇଁ ବିଭିନ୍ନ ଛତୁଆ ଯୋଗାଣ କାରୀ ସଂସ୍ଥା ତଥା ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ସେଣ୍ଟର ବ୍ୟାଙ୍କ୍ ଓଫ ଇଣ୍ଡିଆ ରୁ ଏନିଫଟି ମାଧ୍ୟମରେ ୨୦୧୭ ମସିହାରେ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇଥିବା ନାୟକ ପ୍ଲାଜା ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛି ସଚେତନ ନାଗରିକ ମଞ୍ଚ। ଏଥିସହ ଏହି ଆକାଉଣ୍ଟରୁ ସରକାରୀ କର୍ମଚାରୀ, ପୂର୍ବତନ ସିଡିପିଓ,ରାଜନେତାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଏନେଇ ମଞ୍ଚ ପକ୍ଷରୁ ଦୁର୍ନୀତି ଗ୍ରସ୍ତ କର୍ମଚାରୀ ଜେନାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟପାଳ ଓ ଭିଜିଲାନ୍ସ ଏସ୍ପିଙ୍କ ନିକଟରେ ଅଭିଯୋଗ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More