ସମ୍ବଲପୁର(ସଂଘର୍ଷ ମିଡିଆ) : -ପୁଣି ଗୁରୁ ଛାତ୍ରୀ ସମ୍ପର୍କରେ କଲମକର ଛିଟା, ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶିକ୍ଷକ ଅଟକ । ସୂଚନାନୁଯାୟୀ, ବରେଇପାଲି ଥାନା ଅନ୍ତର୍ଗତ ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଇଂରାଜୀ ବିଭାଗର ଅରୁଣ ଯୋଶୀ ନାମକ ଜଣେ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ଛାତ୍ରୀଙ୍କ ଅଭିଭାବକ। ଘଟଣାର ଗମ୍ଭୀରତାକୁ ଦେଖି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଥାନାରେ ଏକ ମାମଲା ରୁଜୁ ହେବା ସହ ଶିକ୍ଷକଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।