ପୁଣି ଖାକୀରେ ଦାଗ ,କ୍ଷୀର ଚୋରି କରି ହୋମଗାର୍ଡ ଗିରଫ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : କ୍ଷୀର ଚୋରି କରି ଜଣେ ହୋମଗାର୍ଡ ଗିରଫ। ଏହି ଅଭାବନୀୟ ଘଟଣା ଘଟିଛି ପୁରୀ ଚନ୍ଦନପୁର ଅଞ୍ଚଳରେ । ସିସିଟିଭି ଚୋରି ଘଟଣା ସମ୍ପୂର୍ଣ କଏଦ ହୋଇଚି। ଯାହାକୁ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପୋଲିସ ବିଭାଗର ଜଣେ କର୍ମଚାରୀ ଏଭଳୀ ଚୋରି କରିବା ସମସ୍ତଙ୍କୁ ଏକ ପ୍ରକାର ତାଜୁବ୍ କରିଦେଇଛି। ତେବେ ଥାନା ରେ ଏ ନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତ ହୋମ ଗାର୍ଡ ମନୋରଂଜନ ରଥକୁ ଚନ୍ଦନପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ଥିଲା କିଛି ଏହି ପରି। ପୁରୀ ଚନ୍ଦନପୁର ବଜାରରେ ଏକ କ୍ଷୀର ବିକ୍ରୀ ଦୋକାନ କରିଥଲେ ସୁକାନ୍ତ ସାହୁ। ତେବେ କିଛି ଦିନ ହେବ ତାଙ୍କ୍ ଦୋକାନରେ ଥିବା କ୍ଷୀର ଟ୍ରେରୁ ପ୍ରତିଦିନ କ୍ଷୀର ପ୍ୟାକେଟ ଚୋରି ହେଉଥିଲା। ଏ ନେଇ ସେ ପାଖରେ ଥିବା ଏକ ଦୋକାନ ସହିତ ଝଗଡା ମଧ୍ଯ କରିଥିଲେ। ତେବେ ପ୍ରକୃତ ଘଟଣା କଣ ଜାଣିବା ପାଇଁ ସୁକାନ୍ତ ତାଙ୍କ୍ ଦୋକାନରେ ଏକ ସିସିଟିଭି ଲଗେଇ ଥିଲେ। ତେବେ ସିସିଟିଭି ଚେକ୍ କରିବା ପରେ ସବୁ କିଛି ସ୍ପଷ୍ଟ ହୋଇଛି। ଗତ ମଙ୍ଗଳବାର ଭୋରୁ ଅଭିଯୁକ୍ତ ହୋମ ଗାର୍ଡ ମନୋରଂଜନ ରଥ ଚୋରି କରୁଥିବା ସିଶିଟିଭିରେ କଏଦ ହୋଇଚି। ତେବେ ସିସିଟିଭି ଲାଗିଥିବା କଥା ଅଭିଯୁକ୍ତ ହୋମ ଗାର୍ଡ ଜଣଙ୍କ ଜାଣିପାରି ନଥିଲେ। ତେବେ ଏ ନେଇ ଚନ୍ଦନ ଥାନାରେ ସିସିଟିଭି ଫୁଟେଜ ସହ ଅଭିଯୋଗ ପରେ ଅଭିଯୁକ୍ତ ହୋମଗାର୍ଡକୁ ଚୋରି ଅଭିଯୋଗ ରେ ପୁରୀ ଚନ୍ଦନପୁର ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଜଣେ ପୋଲିସ କର୍ମଚାରି ରକ୍ଷକ ହୋଇ ଭକ୍ଷକ ସଜିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଦୃଢ଼ ନିନ୍ଦା କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More