..ଭଦ୍ରକ ( ସଂଘର୍ଷ ମିଡିଆ ) : ଓଡ଼ିଶାରୁ ପ୍ରକାଶିତ ହେଉଥିବା ଦୈନିକ ଖବର କାଗଜରେ ଆଜି ଦୂର୍ଗାପୂଜା ଉପଲକ୍ଷେ ଏକ ଶୁଭେଚ୍ଛା ବାର୍ତ୍ତା ପ୍ରକାଶିତ ହେବା ସହ ସୋସିଆଲ ମିଡିଆରେ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଭଦ୍ରକ ଜିଲ୍ଲା ବନ୍ତ ଥାନାଧିକାରିଣୀଙ୍କ ଏହି ଶାରଦୀୟ ଶୁଭେଚ୍ଛା ବାର୍ତ୍ତା । ତେବେ ଶୁଭେଚ୍ଛା ଜଣେଇବା ନିଶ୍ଚୟ ସ୍ଵାଗତ ଯୋଗ୍ୟ କଥା । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଜଣେ ଥାନା ଅଧିକାରୀଣୀ ସରକାରୀ କର୍ମଚାରୀ ହୋଇ ଶୁଭେଚ୍ଛା ବାର୍ତ୍ତାରେ ଜଣେ ଶାସକ ଦଳର ବିଧାୟକଙ୍କ ଫଟୋ ସହ ଶଙ୍ଖ ଚିହ୍ନ ରଖି ଶୁଭେଚ୍ଛା ଜଣେଇବା କେତେଦୂର ଠିକ୍ , ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଏହିଠାରୁ ପ୍ରମାଣିତ କରିଦେଲେ ଶାସକ ଦଳର ହାତ ବାରିଶି ସାଜି କାର୍ଯ୍ୟ କରୁଛନ୍ତି ଥାନା ଅଧିକାରିଣୀ । ଏଭଳି ବାର୍ତ୍ତା ଜଣେ ସରକାରୀ ଅଧିକାରୀଙ୍କ ସ୍ଵଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି |ଏହାର ସତ୍ୟା ସତ୍ୟ ଉପରେ ଏସ.ପି ମହୋଦୟ କି ପଦକ୍ଷେପ ନେଇଛନ୍ତି ସାରା ଓଡିଶା ବାସି ଏବେ ଅପେକ୍ଷା କରିଛନ୍ତି | ସରକାର 5T ନାମରେ ଡିଣ୍ଡିମ ପିଟୁଥିବାବେଳେ ମାନ୍ୟବର ଗୃହ ମନ୍ତ୍ରୀ କି ପଦକ୍ଷପ ନେଉଛନ୍ତି ଦେଖିବାର ଅଛି ।