ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କନ୍ଦାଇଲା ପିଆଜ। ଅତ୍ୟାବଶ୍ୟକ ସାମଗ୍ରୀରୁ ଆଳୁ, ପିଆଜକୁ ବାଦ୍ ଦେବା ପରେ ଏହାର ମାଡ଼ ପଡ଼ିଛି ଗୃହିଣୀହାଣ୍ଡିଶାଳ ଉପରେ। ଦୁଇ ସପ୍ତାହ ପୂର୍ବେ ପିଆଜ କିଲୋ ୨୫ରୁ ୩୫ ଟଙ୍କାରେ ବିକ୍ରିରେ ହେଉଥିଲା। ଆଜି ହଠାତ ୫୦ ଟଙ୍କା ଛୁଇଁଛି। କିଲୋକରେ ୧୫ଟଙ୍କା ବୃଦ୍ଧି ହେବାକୁ ନେଇ ଲୋକେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦୋଷାରୋପ କରୁଛନ୍ତି।