ରାଇକିଆ ( ସଂଘର୍ଷ ମିଡିଆ ) : ରାଇକିଆ ବ୍ଲକର ହର ମୋହନ ଦିଗାଳ ଗଞ୍ଜାମ ଜିଲ୍ଲାର ଶ୍ରୀମତି କମଳିନୀ ଦିଗାଳଙ୍କୁ ୨୮/୭/୧୯୯୯ ତାରିଖରେ ବିବାହ କରି ବିନାୟକ ଦିଗାଳ,ନିରାକାର ଦିଗାଳ,ଗୁରୁପତି ଦିଗାଳ ତିନି ତିନୋଟି ସନ୍ତାନର ପିତା ମାତା ହେବା ପରେ ସୁଖ ଶାନ୍ତିରେ ଦିନ କାଟି ଆସୁଥିବା ବେଳେ ହଠାତ ତାଙ୍କ ପରିବାରରେ ନିଆଁ ଜଳିଲା । ଶ୍ରୀମତୀ କମଳିନୀ ଏକ ଲକ୍ଷ ଟଙ୍କା ଯୌତୁକ ନିର୍ଯ୍ୟାତନା ଲିଖିତ ଅଭିଯୋଗ ଆଣି ତା ୧୯/୦୩/୨୦୧୯ ରିଖରେ ଆଇନର ଦ୍ଵାରସ୍ଥ ହୋଇଥିଲେ। ଶ୍ରୀମତି କମଳିନୀଙ୍କ ମାତା ବିଧବା ସ୍ତ୍ରୀ ହୋଇଥିବାରୁ ଏବଂ ପିତୃ ଅର୍ଜିତ ବା ସ୍ଵଅର୍ଜିତ ଧନ ସମ୍ପତ୍ତି ନଥିବା କମିଶନରଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଅନ୍ୟ ପକ୍ଷରେ ଶ୍ରୀ ହରମୋହନ ଦିଗାଳ ଉକ୍ତ ଅଭିଯୋଗ ଟିକୁ ମିଥ୍ୟା ବୋଲି କହିଛନ୍ତି ସେ କେରଳରେ ଦାଦନ ଖଟିବାକୁ ଯିବାଥିବା ସମୟରେ ତାଙ୍କ ଚରିତ୍ର ଖରାପ କରିଥିବା ତାଙ୍କ ଛୋଟ ପୁଅ ଗୁରୁପତି ଦିଗାଳ ଦେଖିବା ପରେ ସେ ଗଞ୍ଜାମ ଜିଲ୍ଲାକୁ ଫେରି ଯାଇଥିବା କହିଛନ୍ତି । ବର୍ତ୍ତମାନ ତିନୋଟି ଯାକ ପୁଅ ନାବାଳକ ଥିବା ବେଳେ ବଡ଼ ପୁଅ ଅନ୍ୟ ରାଜ୍ୟରେ ଦାଦନ ଖଟି ବାପାଙ୍କୁ ସାହଯ୍ୟ କରିବାବେଳେ ମଝିଆ ଓ ଛୋଟ ପୁଅ ବାପାଙ୍କ ପାଖରେ ରହି ପାଠ ପଢ଼ି ବିନା ମାଆ ର ସ୍ନେହ ମମତା ଠାରୁ ବଞ୍ଚିତ ରହି ବହୁ ଦୁଃଖ କଷ୍ଟରେ ଦିନକାଟୁଥିବା ଦେଖିବାକୁ ମିଳିଛି। ଶ୍ରୀ ହରମୋହନ ଦିଗାଳଙ୍କୁ ମାନ୍ୟବର କୋର୍ଟ ମେଣ୍ଟେନେଶ ବାବଦରେ ଶ୍ରୀମତି କମଳିନୀ ଦିଗାଳଙ୍କୁ ମାସିକ ୨୦୦୦ଟଙ୍କା ଆଦେଶ ଦେବାପରେ ସେ ମାନସିକ ଚାପ ରେ ରହି ଦୁତୀୟ ବିବାହ ମଧ୍ୟ କରି ପାରୁ ନଥିବା କହିଛନ୍ତି । କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ଗୁପ୍ତ ପ୍ରଧାନଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।
Get real time updates directly on you device, subscribe now.
Prev Post