ପୁଅର ଚିକିତ୍ସା ପାଇଁ ବାପ ମାଙ୍କ ଆକୁଳ ନିବେଦନ

35

Get real time updates directly on you device, subscribe now.

ସାଲେପୁର (ସଂଘର୍ଷ ମିଡିଆ ) : ପୁଅର ଚିକିତ୍ସା ପାଇଁ ବାପ ମାଙ୍କ ଆକୁଳ ନିବେଦନ। ପୁଅର ଚିକିତ୍ସା ପାଇଁ ସବୁ କିଛି ହରାଇଲା ପରେ ଏବେ ନିଃସହାୟ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ବାରବୋଡିଆ ଗାଁରେ।ବାରବୋଡ଼ିଆ ଗ୍ରାମର ପବିତ୍ର ମୋହନ ଦଳାଇଙ୍କ ପୁଅ ପ୍ରକାଶ ଦଳାଇ ଯାହାଙ୍କ ବୟସ ୩୨। ସେ ଦିଲ୍ଲୀସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ। ସେଠାରେ ସେ କରୋନା ସଂକ୍ରମିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଲନସ ସଂପୂର୍ଣ୍ଣ ଭାବେ ସଂକ୍ରମିତ ହୋଇ ନଷ୍ଟ ହୋଇଯାଇଛି। ସେଠାରେ ୭୫ଲକ୍ଷ୍ୟଟଙ୍କା ଖର୍ଚ୍ଚ କରିବା ପରେ ଭଲ ନ ହେବାରୁ ପୁଅକୁ ଦିଲ୍ଲୀରୁ ଏୟାର ଆମ୍ବୁଲାନ୍ସ ଯୋଗେ ଓଡିଶା ଅଣାଯାଇଛି । ଭୁବନେଶ୍ୱରସ୍ଥିତ କିମସ ହସପିଟାଲ ସେ ବର୍ତ୍ତମାନ ଚିକିତ୍ସାଧୀନ। କୋଭିଡ ଆକ୍ରାନ୍ତହୋଇ ଲନସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥୁବା ଜଣାପଡିଛି। ଚିକିତ୍ସାପାଇଁ କୋଟିଏ ଟଙ୍କା ଦରକାର। ପୁଅ ପ୍ରକାଶର ଦଳାଇଙ୍କ ଚିକିତ୍ସାପାଇଁ ବାପମା ସହାୟତା ପାଇଁ ସରକାରୀ ବେସରକାରୀ ଓ ସହହୃଦୟ ବ୍ୟକ୍ତିଙ୍କ ସହଯୋଗ ଲୋଡିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More