ପିସି ଗୁମର ଖୋଲୁଛି , ଭାଇରାଲ ଭିଡିଓ

29

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : ପିସି କାରବାର-ତଳ ଠାରୁ ଉପର ମୁଣ୍ଡ ଯାଏ କାୟା ବିସ୍ତାର କରିଛି।ପ୍ରଶାସନ ,ମନ୍ତ୍ରୀ ,ଯେତେ ସଫେଇ ଦେଲେ ବି ଲାଞ୍ଚ ନ ଦେଲେ କିଛି କାମ ହେଇପାରୁନାହିଁ।ବିଶେଷ କରି ସରକାରୀ ଉନ୍ନୟନ କାମରେ ତଳ ମୁଣ୍ଡରୁ ଉପର ଯାଏ ପିସି ରହିଛି।ଯାର ଏକ ନମୁନା ସୋସିଆଲମେଡିଆରେ ଭାଇରାଲ ହେବାରେ ଲାଗିଛି।ଆପଣ ମାନେ ଭଲ କରି ଏ ଭିଡିଓ କୁ ଦେଖନ୍ତୁ -ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସରପଞ୍ଚ ଙ୍କ ଠାରୁ ବିଡ଼ିଓ ପଯ୍ୟନ୍ତ ପିସି ବାବଦ କୁ କେତେ ଦିଆ ଯାଏ ତାର ବିବରଣୀ ଠିକାଦାର ଙ୍କୁ ବୁଝାଉଛନ୍ତି।ଏ ବାବୁ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଗଡ଼ିଆଯୋର ଗ୍ରାମ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ମେହେର।ପଞ୍ଚାୟତ ରେ ହୋଇଥିବା ସରକାରୀଉନ୍ନୟନ ମୂଳକ କାମ ର ବିଲ ହେବାପରେ କାହା ଭାଗରେ କେତେ ପିସି ଯିବ ତାର ହିସାବ ଦେଉଛନ୍ତି। ଆପଣ ମାନେ ସ୍ପଷ୍ଟ ଭାବରେ ଶୁଣିପାରୁଥିବେ ୧ଲକ୍ଷ ୨୫ହଜାର ବିଲରେ ସରପଞ୍ଚଙ୍କଭାଗରେ୧୦ହଜାର,ଜେଇ-୧୦ହଜାର,ଏଇ-୪ହଜାର,ବିଡ଼ିଓ ଓ ଜିପିଓ-୪ହଜାର ଓ ସିପିଙ୍କ ଭାଗରେ ହଜାରେ ଟଙ୍କା କାଟି ଥିବା ପିଇଓ ରମେଶ ମେହେର କହୁଛନ୍ତି।ଏପଟେ ସରକାର ପିସି କାରବାର ବନ୍ଦ କରିବା ଓ ଉନ୍ନତି କାମରେ ସ୍ୱଚ୍ଛତା ଆଣିବା ପାଇଁ 5T ଗଠନ କଲେ।ତଥାପି ପ୍ରଶାସନିକ ସ୍ତର ରେ ପିସି କାରବାର ଖୋଲାମ ଖୋଲା ହେଉଥିବା ବେଳେ ଏଥିରେ ,ନେତା,ମନ୍ତ୍ରୀ,ଲୋକପ୍ରତିନିଧି ଙ୍କ ମଧ୍ୟ ଭାଗ ରହୁଥିବା ସାଧାରଣ ରେ ଚର୍ଚ୍ଚା ହୁଏ। ତେବେ ଏହି ଭାଇରାଲ ଭିଡିଓ ପ୍ରତି ସରକାର ତଥା 5T କି ପଦକ୍ଷେପ ନେବ ଦେଖିବାକୁ ବାକି ରହିଲା।। କଳାହାଣ୍ଡି ଧର୍ମଗଡ ରୁ ପୁରୁଷୋତ୍ତମ ସିଂହ ରାଜପୁତ ଓ ଲକ୍ଷ୍ମୀ ରଞ୍ଜନ ବାଗ ଙ୍କସହ ନାରାୟଣ ପ୍ରସାଦ ନାଏକ ଙ୍କ ରିପୋର୍ଟ ସଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More