ପିଲାଚୋରଙ୍କୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକ

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : -ବର୍ତମାନ ସୁଦ୍ଧା ଡାବୁଗାଁ ପୋଲିସ ତରଫରୁ କୌଣସି ସଠିକ ସୂଚନା ମିଳିନଥିଲେ ମଧ୍ୟ୍ୟ, ଗାଁ ଲୋକେ ପିଲାଚୋରି ଅଭିଯୋଗରେ ଦୁଇ ଜଣକୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି l ସୂଚନା ପ୍ରକାରେ ଏକମ୍ବା ଗାଁର ତିନିଜଣ ଛୋଟ ପିଲା ଚା ଧରି ଜମିକୁ ନିଜଲୋକଙ୍କୁ ଦେବା ପାଇଁ ଯାଉଥିବା ବେଳେ, ଦୁଇ ଜଣ ଜରି ବିକାଳୀ ବାଇକରେ ଆସି ଏମାନଙ୍କ ପିଛା କରି ଥିଲେ l ରାସ୍ତାଟି ନିଛାଟିଆ ହୋଇଥିବା ବେଳେ ଦୁଇଟି ଲୋକଙ୍କ ହlବଭାବ ଦେଖି ପିଲା ଦୁହେଁ ଭୟଭୀତ ହୋଇଯାଇଥିଲେ ଓ ଛୁଆ ଦୁଇଜଣ ଜମିଆଡକୁ ଚାଲି ଯାଇଥିବାବେଳେ ସନ୍ଦିଗ୍ଧ ବ୍ୟକ୍ତି ଦୁଇଜଣ ଛୁଆମାନଙ୍କ ପଛରେ ଗୋଡ଼େଇଥିଲେ। ପ୍ରାଣବିକଳରେ ଛୁଆ ଦୁଇଜଣ ପାଟିକରି ଦୌଡୁ ଥିବା ଦେଖି ନିକଟ ପୋଖରୀରେ ଗାଧୋଇ ଥିବା କିଛି ଲୋକ ଏହାଦେଖି ସେମାନେ ମଧ୍ୟ୍ୟ ପାଟି କରି ଥିଲେ । ଫଳରେ ଗାଁ ଲୋକ ସେମାନଙ୍କୁ ଘେରି ଯାଇ କାବୁ କରିଥିଲେ, ଏବଂ ଡାବୁଗାଁ ପୋଲିସଙ୍କୁ ଖବର ଦେବାପରେ ସହ ଉପ ନିରିକ୍ଷକ ବିଜୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଦୁଇ ଜଣକୁ ଥାନାକୁ ନେଇ ପଚାରl ଉଚୁରା କରୁଥିବା ଜଣାପଡିଛି।ତେବେ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି ସ୍ପଷ୍ଟୀକରଣ ଦେଇନାହିଁ, ତେବେ ଗ୍ରାମାଞ୍ଚଳରେ ଦିନକୁ ଦିନ ଅଚିହ୍ନ। ଅଜଣା ବାହାର ରାଜ୍ୟର ଲୋକେ ବିଭିନ୍ନ ଧରଣର ବ୍ୟବସାୟ କରି ଛୋଟ ଛୁଆକୁ ନିର୍ଜନ ସ୍ଥାନ ଦେଖି ଅଟକାଇବା ଓ ସେମାନଙ୍କ ପଛରେ ଗୋଡାଇବା ନେଇ ପିଲା ଚୋର ବୋଲି ସନ୍ଦେହ ଉପୁଜୁଛି। ରାଜ୍ୟ ବାହାରୁ ଆସି ବ୍ୟବସାୟ ନାମରେ ଏପରି ଧରଣର ପାଦୁରଭାବ ବଢୁଥିବା ନେଇ ଲୋକଙ୍କ ମଧ୍ୟରେ କୁହା କୁହି ହେଉଥିବା ବେଳେ ଏଭଳି ଘଟଣାକୁ ନେଇ ଲୋକେ ଭୟଭୀତ ଓ ଆତଙ୍କିତ ହୋଇପଡିଛନ୍ତି l ଘଟଣାର ଅନୁସନ୍ଧାନ ପରେ ସତ୍ୟାସତ୍ୟ ଜଣାପଡିବ । ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More