ବୌଦ୍ଧ(ସଂଘର୍ଷ ମିଡିଆ ) : ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସଂପୂର୍ଣ୍ଣ ମାଗଣାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହିତ ଭାରତୀୟ ସମ୍ବିଧାନ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ବିଶ୍ୱ ରତ୍ନ , ସମାଜ ସଂସ୍କାରକ , ନାରୀ ମୁକ୍ତି ଦାତା , ପ୍ରବାଦ ପୁରୁଷ , ସଂବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ତିଥିରେ ପ୍ରଥମ ପର୍ଯ୍ୟାୟରେ ହରଭଙ୍ଗା ମେଡିକାଲ ଛକ ନିକଟରେ ” ଆମ୍ବେଦକର ମୁକ୍ତ ଶିକ୍ଷାଦାନ କେନ୍ଦ୍ର ” ଶୁଭାରମ୍ଭ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବାଉଁଶୁଣୀ ପଂଚାୟତର ଟିକିରାପଡ଼ା ଠାରେ ଏବଂ ଆଜି କଣ୍ଟାମାଳ ବ୍ଲକ ବରଗାଁ ପଂଚାୟତର ମଲ୍ଲି କୁଦ ଠାରେ ତୃତୀୟ ପର୍ଯ୍ୟାୟରେ ସଂଗଠନର ଜିଲ୍ଲା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ ଙ୍କ ନେତୃତ୍ବରେ ଏବଂ ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି ଏବଂ ଜିଲ୍ଲା ସଂଗଠନ ସମ୍ପାଦକ ଦେବଦତ୍ତ ସାଗରଙ୍କ ମିଳିତ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ” ଆମ୍ବେଦକର ମୁକ୍ତ ଶିକ୍ଷାଦାନ କେନ୍ଦ୍ର ” ଶୁଭାରମ୍ଭ କରାଯାଇଛି । ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଲ୍ଲି କୁଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କପିଳାସ ଦୀପ ମୂଖ୍ୟ ଅତିଥି ଭାବେ ଯୋଗଦେଇ ପରିଷଦ ପକ୍ଷରୁ ତୃତୀୟ ” ଆମ୍ବେଦକର ମୁକ୍ତ ଶିକ୍ଷାଦାନ କେନ୍ଦ୍ରକୁ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ଉପ ସଭାପତି ରୋହିତ କହଁର , ବରଗାଁ ପଂଚାୟତ ର ସମିତି ସଭ୍ୟ ଶ୍ରୀମତି ଅଙ୍ଗୁରି ତାଣ୍ଡି ,ପରିଷଦର ସକ୍ରିୟ ସଦସ୍ୟ ତଥା ଯୁବ ସମାଜସେବୀ କଳିଙ୍ଗ ତାଣ୍ଡିଆ , ବରଗାଁ ପଂଚାୟତ କମିଟିର ସଂପାଦକ ସୁବାଷ ମହାନନ୍ଦ , ବରିଷ୍ଠ ସମାଜସେବୀ ଅଲେଖ ବେହେରା , କୃଷ୍ଣଚନ୍ଦ୍ର କୁମ୍ଭାର , ମଲ୍ଲି କୁଦ ଗ୍ରାମର ସଭାପତି ଭୋଜରାଜ୍ ତାଣ୍ଡି , ମଲ୍ଲି କୁଦ ଶିକ୍ଷା ଦାନ କେନ୍ଦ୍ର ର ଶିକ୍ଷୟତ୍ରୀ ତଥା ସମାଜ ସେବୀକା ଶ୍ରୀମତି ସିନ୍ଧୁ ନନ୍ଦିନୀ ମହାନନ୍ଦ ପ୍ରମୁଖ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।ବୌଦ୍ଧରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l