ପିଭିଟି ପ୍ଲଟ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

18

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ଓଡିଶା ସରକାରଙ୍କ ଆକାଂକ୍ଷୀ ମିଲେଟ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ହରଭାଙ୍ଗା ବ୍ଲକରେ ଥିବା ପିଭିଟି ପ୍ଲଟ ପରିଦର୍ଶନ କରିବାକୁ ବୌଦ୍ଧ ଜିଲ୍ଲାପାଳ ମହୋଦୟ ଆସିଥିଲେ। ତାଙ୍କ ସହ ମିଲେଟ ମିଶନର ଜିଲ୍ଲା ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମହାନନ୍ଦ, ହରଭଙ୍ଗା ବ୍ଲକ କୃଷି ଅଧିକାରୀ ଶ୍ରୀ ସବ୍ୟସାଚୀ ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ। ହରଭଙ୍ଗା ବ୍ଲକର ମଥୁରା ଗ୍ରାମପଞ୍ଚାୟତ ସ୍ଥିତ କେଳାକଟା ଗ୍ରାମରେ ମାଣ୍ଡିଆ କିସମ ଚୟନର କ୍ଷେତ୍ରକୁ ଦେଖି ସହଯୋଗୀ ସଂସ୍ଥା ଲୋକକଳା ବିକାଶ କେନ୍ଦ୍ରର କର୍ମୀକନଙ୍କୁ ବେଶ ପ୍ରସଂଶା କରିଥିଲେ ଓ ରବି ଋତୁରେ ମାଣ୍ଡିଆ କ୍ଷୁଦ୍ରଶସ୍ୟ ଚାଷ କୁ ତ୍ୱରାନ୍ୱିତ କରିବାପାଇଁ କୃଷି ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଆଗକୁ ଜିଲ୍ଲାରେ ପ୍ରତ୍ୟେକ ଗ୍ରାମରେ ଏହାକୁ ପ୍ରସାର କରାଇ ଗୁରୁତ୍ୱ ଦେବାକୁ କହିଥିଲେ। ମିଶନ ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ଜଣେଇଥିଲେ ଯେ, ପ୍ରତ୍ୟେକ ବ୍ଲକରେ ଏଭଳି ତିନୋଟି ପି ଭି ଟି ପ୍ଲଟ ଅବସ୍ଥିତ ହୋଇଛି,l ଏଥିରେ ଦଶ ପ୍ରକାର ମାଣ୍ଡିଆ, ବାଟି, ବଡ଼ମଣ୍ଡିଆ, ଦଶରା, କର୍କଟି,ମଞ୍ଜୁଳା, ପାରା, କାଙ୍ଗ୍ରା, ମହାରାଷ୍ଟ୍ର, ସିକା ଓ କେ ଏମ ର -୨୦୪ ବିହନକୁ ପରୀକ୍ଷିତ କରାଯାଉଛି। ଯେଉଁ ପ୍ରକାର ବିହନ କୁ ସ୍ଥାନୀୟବାସୀ ଚୟନ କରିବେ ତାହା ଦ୍ଵିତୀୟ ବର୍ଷରେ ପୁନଃ ପରୀକ୍ଷିତ ହେବଏବଂ ତୃତୀୟ ବର୍ଷଠାରୁ ସମଗ୍ର ପ୍ରଖଣ୍ଡରେ ଚୟନିତ ବିହନକୁ ଚାଷୀ ମାନଙ୍କୁ ପ୍ରଦାନ କରାଯିବ। ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More