ପୁରୀ(ସଂଘର୍ଷ ମିଡିଆ) : – ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୁରୀ ସ୍ଵର୍ଗଦ୍ଵାରରେ ସ୍ବର୍ଗତ ଯୁଧିଷ୍ଠିର ସାମନ୍ତରାୟଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି। ଯୁଧିଷ୍ଠିରଙ୍କ ପୁଅ ପ୍ରୀୟବତ ସାମନ୍ତରାୟ ମୁଖଗ୍ନି ଦେଇଥିଲେ। ତେବେ ଯୁଧିଷ୍ଠରଙ୍କ ଶେଷ ଦର୍ଶନ ପାଇଁ ସ୍ଵର୍ଗଦ୍ଵାରରେ ପିପିଲି ଡେଲାଙ୍ଗ ଅଞ୍ଚଳର ସହ ସହ ଲୋକଙ୍କ ଭିଡ ହୋଇଥଲା। ସମସ୍ତେ ଯୁଧିଷ୍ଠିରଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ଭୁବନେଶ୍ଵରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ 73 ବର୍ଷ ବୟସ ପରଲୋକ ହୋଇଛି। ସ୍ବର୍ଗତ ଯୁଧିଷ୍ଠିର ସାମନ୍ତରାୟ 1995 ରୁ 2000 ମସିହା ଯାଏ କଂଗ୍ରେସ ଦଳର ବିଧାୟକ ଥିଲେ। ସେହିପରି 1984 ରୁ 1990 ପର୍ଯ୍ୟନ୍ତ ଯୁଧିଷ୍ଠିର ପିପିଲି ଏନ୍ ଏନ୍ ସି ଅଧ୍ୟକ୍ଷ ଥିଲେ। ତେବେ ଗତ କିଛବର୍ଷ ହେବ ସେ ଶାରୀରିକ ଅସୁସ୍ଥତାରେ ଥିବା ବେଳେ ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଚି। ତାଙ୍କର ପରଲୋକରେ ପିପିଲି ରେ ଶୋକ ର ଛାୟା ଖେଳିଯାଇଛି। ତାଙ୍କର ଶୁଭେଛୁ, ବନ୍ଧୁ ସ୍ବର୍ଗତ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।