ପିପିଲିରେ ଏକତା ଦିବସ ପାଳିତ

15

Get real time updates directly on you device, subscribe now.

ପିପିଲି ( ସଂଘର୍ଷ ମିଡିଆ ) : ଲୈ।ହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ପିପିଲିରେ ଆଜି ଏକତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପିପିଲି ଜାଗୃତି ସାଂସ୍କୃତିକ ଯୁବ ସଂଗଠନ ଓ ନେହେରୁ ଯୁବ କେନ୍ଦ୍ର,ପୁରୀ ମିଳିତ ଭାବେ ଏହାକୁ ପାଳନ କରୁଥିବା ବେଳେ ସଂଗଠନ ର ସଭାପତି ପ୍ରଭାତ ମହାପାତ୍ରଙ୍କ ନେତୃତ୍ବରେ ପଦଯାତ୍ରାର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା ପିପିଲି ଡେଲ୍ଟା ଛକ ଠାରୁ ଆରମ୍ଭ ହୋଇ ସଂଙ୍କଟ ମୋଚନ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ପିପିଲି ଅତିରିକ୍ତ ତହସିଲଦାର ନିଳକଣ୍ଠ ବେହେରା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପଦଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ ପିପିଲିର ବହୁ ସାମ୍ବାଦିକ, ସମାଜସେବୀ ସଂଗଠନର ସମସ୍ତ ସଦସ୍ୟ ଓ ଛାତ୍ର ଛାତ୍ରୀ ମାନେ କୋଭିଡ ନିୟମ ମାନି ସାମିଲ ହୋଇଥିଲେ। ପରେ ସ୍ଥାନୀୟ ସଂଙ୍କଟ ମୋଚନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଆୟୋଜନ କରାଯାଇଥିଲା । ସଭାରେ ଲୈ।ହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଦେଶ ପ୍ରତି ଅତୁଳନୀୟ ଅବଦାନ ଓ ବିଖଣ୍ଡିତ ଭରତକୁ କିପରି ଗୋଟିଏ ସୁତ୍ରରେ ବାନ୍ଧି ଏକତା କରିଥିଲେ ସେ ସମ୍ପର୍କରେ ଅତିଥି ମାନେ ତାଙ୍କ ନିଜ ନିଜର ମତବ୍ୟକ୍ତ ପ୍ରକାଶ କରିଥିଲେ। ଶେଷରେ ପଦଯାତ୍ରା ରେ ସାମିଲ ହୋଇଥିବା ସମସ୍ତ ସଫଳ ସଦସ୍ୟ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More