ଜଗତସିଂହପୁର(ସଂଘର୍ଷ ମିଡିଆ) : - ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପିତେଇପୁର ଗ୍ରାମ ପଞ୍ଚାୟତ ରେ ସ୍ଵାଧୀନତା ଦିବସ ତଥା ଆଜାଦି କି ଅମୃତ ମହୋତ୍ସବ ର ପୂଣ୍ୟ ଦିବସ ଅବସର ରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ତଥା ୫ଟି ଅନ୍ତର୍ଗତ ମୋ ସେବା କେନ୍ଦ୍ର କାଳନ୍ଦୀ ଖଟୁଆ ଙ୍କ ଦ୍ଵାରା ସରପଞ୍ଚ, ସମିତି ସଭ୍ୟ , ୱାର୍ଡ ମେମ୍ବର ଏବଂ ଜିଲ୍ଲା ପରିଚାଳକ ଙ୍କ ଉପସ୍ଥିତି ରେ ଉଦଘାଟିତ ହେଇଯାଇଛି ଏବଂ ସଭାଗୃହ ରେ ପଞ୍ଚାୟତ ର ସମସ୍ତ ୱାର୍ଡ ସଦସ୍ୟ ଓ ସଦସ୍ୟା , ପଞ୍ଚାୟତ ର ସମସ୍ତ ବୁଦ୍ଧିଜିବି ଓ ମୁରବି ମାନଙ୍କୁ ନେଇ ଓଡ଼ିଶା ସରକାର ଙ୍କ ପ୍ରାୟୋଜିତ ତଥା 5T ଅନ୍ତର୍ଗତ ଯୋଜନା ମୋ ସେବା କେନ୍ଦ୍ର ସମ୍ପର୍କ ରେ ଆଲୋଚନା ହେଇଯାଇଛି। ଉକ୍ତ ସଭା ରେ ମୋ ସେବା କେନ୍ଦ୍ର ର ଜିଲ୍ଲା ପରିଚାଳକ ରତି ରଞ୍ଜନ ପଣ୍ଡା ଯୋଗ ଦେଇ ମୋ ସେବା କେନ୍ଦ୍ର ର ଲକ୍ଷ୍ୟ , ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ ଏବଂ ପିତେଇପୁର ପଞ୍ଚାୟତ ମୋ ସେବା କେନ୍ଦ୍ର ଦାୟିତ୍ଵ ରେ ଥିବା ସାଇଦତ୍ତ ମହାନ୍ତି ଓ ରବି ମହାନ୍ତି କୃଷକ ପଞ୍ଜିକରଣ ଓ ଏହାର ଆବଶ୍ୟକତା , ସରକାର ଙ୍କ ସମସ୍ତ ବିଭାଗ ର ସେବା ଅନଲାଇନ୍ ମାଧ୍ୟମ ରେ ଲୋକ ଙ୍କ ପାଖେ ପହଞ୍ଚାଇବା ଉପରେ ବିଶଦ ଆଲୋଚନା କରିଥଲେ। ପିତେଇପୁର ସରପଞ୍ଚ ଶ୍ରୀମତୀ ତୋଫା ଆରା ବେଗମ୍ ଏବଂ ପଞ୍ଚାୟତ ସମିତି ସଦସ୍ୟ ଶ୍ରୀ ଯୁକ୍ତ ହିମାଂଶୁ ପରିଡ଼ା ଯୋଗ ଦେଇ ଏହା ପଞ୍ଚାୟତ ବିକାଶ ର ଏକ ମାଇଲ ଖୁଣ୍ଟ ଭାବେ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଥଲେ ଏବଂ ମୋ ସେବା କେନ୍ଦ୍ର ପରିଚାଳନା ପାଇଁ ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ସଭା ରେ ପଞ୍ଚାୟତ ର ୱାର୍ଡ ମେମ୍ବର ବନମାଳି ସ୍ୱାଇଁ, ଝାଟୁ ବେହେରା, ଦିଲ୍ଲୀପ ସ୍ୱାଇଁ, ପ୍ରିୟଦର୍ଶିନୀ ମହାନ୍ତି, ବିଜୟ ଲକ୍ଷ୍ମୀ ସେଠୀ ଯୋଗ ଦେଇ ସେମାନଙ୍କ ମତ ରଖି ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ। ସୁବ୍ରତ ପଣ୍ଡା, ଦିଲ୍ଲୀପ ସ୍ୱାଇଁ, ଅବଦୁଲ ମଜିଦ୍, ସେଖ ହେଦାୟତ୍ ଅଲ୍ଲୀ, ସୁଜିତ୍ ଦାସ, କୈଳାଶ ମହାନ୍ତି, ଶିବ ବାରିକ ଙ୍କ ସହ ପଞ୍ଚାୟତବାସୀ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।
Get real time updates directly on you device, subscribe now.