ପିଡିଏସ ଚାଉଳରୁ ବଞ୍ଚିତ ହିତାଧିକାରୀ, ସରପଞ୍ଚ ଅଭିଯୋଗ କଲେ ଜିଲ୍ଲାପାଳଙ୍କୁ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ସରକାର ଗରିବ ହିତାଧିକାରୀଙ୍କ ପାଇଁ ଅନେକ ଯୋଜନା କରି ଉପକୃତ ହେବା ପାଇଁ ଚେଷ୍ଟା କରୁଛନ୍ତି ।ଗରିବ ଲୋକ କିପରି ଖାଇବାକୁ ପାଇବେ ଏଥିପାଇଁ ପ୍ରତ୍ୟେକ ପଂଚାୟତ ସ୍ତରରେ ମାଗଣା ଚାଉଳ କିମ୍ବା ଟଙ୍କାକିଆ ଚାଉଳ ହେଉ ,ଦେବାକୁ ନିୟମ ରହିଛି ।ହେଲେ ପଂଚାୟତ ସ୍ତରରେ ଏହାକୁ ହଡପ କରି ମାଲେମାଲ ହେଉଛନ୍ତି ।ଏପରି ଅଭିଯୋଗ ହୋଇଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡେଙ୍ଗାଗୁଡା ପଂଚାୟତରେ । ୫୭୧ କାର୍ଡ ଧାରୀ ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ପାଇ ନାହାନ୍ତି ।ସେଥିମଧ୍ୟରୁ ପି ଏଚ୍ ଏଚ୍ ୪୫୧ ଜଣ ,ଏ ଏ ୱ୍।ଇ ୧୧୩ ଜଣ, ଏସ୍ ଏଫ୍ ଏସ୍ ଏସ୍ ୭ଜଣ ଅଟନ୍ତି । ଏପରି ଚାଉଳ ପାଇ ନ ଥିବା ଜାଣି ସ୍ଥାନୀୟ ସରପଞ୍ଚ ସୁମିତ୍ରା ମାଝୀ ଗତ ୨୬,୦୯,୨୨ ରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଟ ରେ ୩ଜଣଙ୍କ ନାମରେ ଜିଲ୍ଲାପାଳ ଡ଼ଃ କମକ ଲଚନ ମିଶ୍ରଙ୍କୁ ଜଣାଇ ଥିଲେ ।ଏହା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ ଓ ଏ ଏସ୍ ସି ଓ – ଏନ୍ ଏଲ୍ ରାଓ ଡେଙ୍ଗାଗୁଡାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ଏଥିରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଚାଉଳ ପାଇ ନଥିବା ହିତାଧିକାରୀ ତଥା ସ୍ଥାନୀୟ ସରପଞ୍ଚ ସୁମିତ୍ରା ମାଝୀ ଦୃଢ
ଦାବୀ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More