ପିଡିଏସ୍ ନାଇଟ୍ ଡ୍ୟାନ୍ସ ଓ ମଡେଲିଂ ଚମ୍ପିଅନସିପ୍-୨ର ଫାଇନାଲ ରାଉଣ୍ଡରେ ପହଞ୍ଚିଲେ ଉମରକୋଟର ଝିଅ ପାୟଲ

16

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ଠିପିଡିଏସ ନାଇଟ୍ ଡ୍ୟାନ୍ସ ଓ ମଡେଲିଂ ଚାମ୍ପାଅନସିପ୍-୨ ର ଫାଇନାଲରେ ପହଞ୍ଚିଛନ୍ତି ଉମରକୋଟର ଝିଅ ପାୟଲ ସେଠି। ସେ ପ୍ରଥମେ ଏହି ପ୍ରତିଯୋଗିତା ପାଇଁ ଅନଲାଇନରେ ଚୟନ ହେବା ପରେ କୋରାପୁଟ ଠାରେ ଅଫଲାଇନ ପ୍ରତିଯୋଗିତାରେ ଭାଗ ନେଇ ସେଥିରେ ସଫଳ ହୋଇଛନ୍ତି ଓ ଫାଇନାଲ ପାଇଁ ଚୟନ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ବିଭିନ୍ନ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଛନ୍ତି। ଏହି ପ୍ରତିଯୋଗିତାର ଫାଇନାଲ ଝାରସୁଗୁଡା ଠାରେ ଅନୁଷ୍ଠିତ ହେବ। ଏଥିରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଜଜ୍ ସୁପର ଡ୍ୟାନ୍ସର ଧର୍ମେଶ ଯୋଗ ଦେବେ। ଗ୍ରୁପ ତରଫରୁ ପାୟଲଙ୍କୁ ଏବଂ ତାଙ୍କ ପରିବାରକୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଉଛୁ। ଆଶା ଅଛି ଆପଣ ଫାଇନାଲରେବି ଭଲ ପ୍ରଦର୍ଶନ କରି ଟ୍ରଫି ଜିତି ନବରଙ୍ଗପୁର ମାଟି ଏବଂ ନବରଙ୍ଗପୁରିୟାଙ୍କୁ ଗର୍ବିତ କରିବେ। ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More