ପିଚୁ ରାସ୍ତା ନିର୍ମାଣକୁ ମାସେ ନପୁରଣୁ, ଦୁଇଥର ହେଲାଣି ରିପ୍ୟାରିଙ୍ଗ

27

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : – ଜେଇ ରହୁଛନ୍ତି କୋରୁଆରେ ଆଉ କାମ ହେଉଛି ହୁରାସାହିରେ l ଚାଲିଛି ଠିକାଦାର ପୋଷଣ l ଜେଇ ପକେଟ ଗରମ କରି କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇ ରହୁଛନ୍ତି ଏସି ରୁମ ରେ l ତଦାରଖ କରିବାକୁ ବି ସମୟ ମିଳୁନି ଜେଇଙ୍କୁ l ଆମେ କହୁଚୁ ଜେଇ ବିକ୍ରମ ବାବୁ ଙ୍କ କଥା l କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମେହେନ୍ଦି ନଗର ଠାରୁ ହୁରାସାହି ପର୍ଯ୍ୟନ୍ତ ଯେଉଁ ପିଚୁ ରାସ୍ତା ନିର୍ମାଣ ହୋଇଛି l ସେହି ରାସ୍ତା କୁ ଗୋଟେ ମାସ ପୂରିନି ହେଲେ ଚାଲିଛି ରିପାରିଙ୍ଗ କାମ l ଏହି କାମରେ ବ୍ୟବହାର କରାଯାଉଛି ଅତି ନିମ୍ନ ମାନର ଵଜୂରୀ l ଆଉ ଦିଆଯାଉନାହିଁ ଉପଯୁକ୍ତ ପରିମାଣର ପିଚୁ l ଯେଉଁଥି ପାଇଁ ଉଖୁଡା ପରି ବାହାରି ଯାଉଥିବା ଅଭିଯୋଗ ହେଉଛି l ତେବେ ଏହି ରାସ୍ତା ଦେଇ ପ୍ରତେକ ଦିନ ପ୍ରାୟ ହଜାର ହଜାର ଯାନ ବାହାନ ଯିବା ଆସିବା କରୁଥିବା ବେଳେ l ଜେଇ ଓ ଠିକାଦାର ଙ୍କ ମଧୁ ଚନ୍ଦ୍ରିକାରେ ବଳି ପଡୁଛି ସାଧାରଣ ଲୋକଙ୍କ ସ୍ୱାର୍ଥ l ଟିକେ ଭଲ ଭାବରେ ଶୁଣନ୍ତୁ କଣ କହୁଛନ୍ତି ଠିକାଦାର ଙ୍କ ତରଫରୁ କାମ ର ମାନ ଦେଖୁଥିବା ଜଣେ କର୍ମଚାରୀ l ସେ ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ସେୟାର ହୋଲଡର ଅଛନ୍ତି l ପ୍ରଶ୍ନ ପଚାରିଲେ ପାଟି ଖନି ବାଜିଯାଉଛି l ଏଠି ପ୍ରଶ୍ନ ଉଠୁଛି ଏହି ରାସ୍ତା ନିର୍ମାଣ ପାଇଁ କେତେ ନେଇଛନ୍ତି ଜେଇ ମହାଶୟ l କୁଆଡେ ଗଲେ ଠିକାଦାର ଆଉ ସୁପରଭାଇଜର l ସେୟାର ହୋଲଡର କାମ କଣ ଆଉ ସେ କେଉଁ କାମ ତଦାରଖ କରିବାପାଇଁ ଏଠାକୁ ଆସିଛନ୍ତି l ଏପରି ନିମ୍ନ ମାନର କାମ ସ୍ଥାଇତ୍ୱ ର ଦାଇତ୍ୱ ନେବ କିଏ l ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି l ଏହି ତମାମ ପ୍ରଶ୍ନ ର ଉତ୍ତର ପାଇଁ ଆମେ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲୁ ହେଲେ ସେମାନଙ୍କ ତରଫରୁ କୌଣସି ପତିକ୍ରିୟା ମିଳିପାରିନାହିଁ l ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କଣ ନିଆଯାଉଅଛି ପଦକ୍ଷେପ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More