ସାଲେପୁର( ସଂଘର୍ଷ ମିଡିଆ ) : ଆଜି ପବିତ୍ର ୭୪ତମ ସ୍ଵାଧୀନତା ଦିବସ ଉପଲକ୍ଷେ ପିକୋଳ ଗ୍ରାମ ପଞ୍ଚାୟତ ବିକାଶ ପରିଷଦ ଆନୁକୂଲ୍ୟରେ ସାଲେପୁର ବ୍ଲକ ପିକୋଳ ପଞ୍ଚାୟତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବସ୍ତିର ସଦାର୍ ସେକ୍ ଅକତର ଅଲୀଙ୍କ କରକମଳରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗ୍ରାମ ବାସୀ ଅବଦୁଲ ଲୋକମାନ ଖାନ୍ ,ବେଲାଲୁଦିନ୍ ଖାନ୍, ମହମ୍ମଦ ଫଜୁରଲା, ସକିଲଉଦିନ ଖାନ୍ ଓ ବିକାଶ ପରିଷଦର ସଦସ୍ୟ ଉପସ୍ଥିତ ଥିଲେ ଏବଂ ପରିଶେଷରେ ବୃକ୍ଷହିଁ ଜୀବନ ବିଷୟକୁ ଆଲୋଚନା କରିଥିଲେ ।ସଦାର୍ ସେକ୍ ଅକତର ଅଲୀ ଓ ବିକାଶ ପରିଷଦ ର ସଂପାଦକ ହେମନ୍ତ ସ୍ଵାଇଁ ଏବଂ ବିକାଶ ପରିଷଦର ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇବା ସହିତ ପିକୋଳ ଗ୍ରାମ ପଞ୍ଚାୟତ ବିକାଶ ପରିଷଦର ମଙ୍ଗଳ କାମନା କରିଛନ୍ତି ।