ପିଆଜ ବୋଝେଇ ଟ୍ରକରେ ଲାଗିଲା ନିଆଁ

104

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – – ମୟୁରଭଞ୍ଜ ଜିଲ୍ଲାର ବିଶୋଇ- ବାଙ୍ଗରିପୋଷି ଘାଟିଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ବିଶୋଇ ଥାନା ଅନ୍ତର୍ଗତ ରଜାବସା ନିକଟ ପ୍ରଥମ ଘାଟିରେ ସୋମବାର ଦିବା ୧୦ ଟା ସମୟରେ କଲିକତା ଅଭିମୁଖେ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇ, ଗାଡ଼ିରେ ନିଆଁ ଲାଗି ଯାଇଅଛି। ତେବେ ଉକ୍ତ ଖବର ପାଇ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇଙ୍କ ସହିତ ବିଶୋଇ ପୋଲିସ ଓ ବିଶୋଇ ଅଗ୍ନିଶମ ଓ ବାଙ୍ଗିରୀପୋଷୀ ଅଗ୍ନିଶମ ବାହିନୀର ପାଞ୍ଚଟି ଦମକଳ ଗାଡ଼ି ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ଦିର୍ଘ ଚାରି ପାଞ୍ଚ ଘଣ୍ଟାର ପ୍ରଚେଷ୍ଟା ପରେ ନିଆଁକୁ ଆୟତ କରାଯାଇଥିଲା ହେଲେ ଦୁର୍ଭାଗ୍ୟର ବିଷୟ ଗାଡ଼ି ସହିତ ଗାଡ଼ିରେ ଥିବା ପ୍ଲାଷ୍ଟିକ ଓ ପିଆଜ ସବୁ ଜଳିପୋଡି ପାଉଁଶ ହୋଇଯାଇଛି। ତେବେ ଉକ୍ତ ଟ୍ରକର ଡ୍ରାଇଭର ଓ ହେଲପରର କୌଣସି ସନ୍ଧାନ ମିଳି ପାରି ନଥିଲା ବେଳେ କିଛି ଦୁର୍ଘଟଣା ସ୍ଥାନରୁ ଅର୍ଦ୍ଧ ଦଗ୍ଧ ମାଂସ ଓ ହାଡ଼ ସଂଗ୍ରହ କରି ବ୍ୟବଛେଦ ପାଇଁ ପଠାଯାଇଥିବା ଦେଖିବାକୁ ମିଳିଛି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More