ପିଁପୁରଠାରେ ମହାନଦୀ ବନ୍ଧ ଖାଉଛି : ବିଧାୟକଙ୍କ ନିର୍ଦ୍ଦେଶରେ ବାଲିବସ୍ତା ପ୍ୟାକିଂ

29

Get real time updates directly on you device, subscribe now.

ଜଗତସିଂହପୁର( ସଂଘର୍ଷ ମିଡିଆ ): କିଶନନଗର ତହସିଲ ଅନ୍ତର୍ଗତ ମହାନଦୀ ନଦୀବନ୍ଧର ପିଁପୁର ଠାରେ ଉତ୍ତର ପାଶ୍ୱର୍ ନଦୀବନ୍ଧ ୫୦୦ ମିଟର ପର୍ଯ୍ୟନ୍ତ ଖାଇଯାଇ ବନ୍ଧ ଖାଇବାକୁ ବସିଛିବୋଲି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତାହା ସତ୍ୟରେ ପରିଣତ ହୋଇଛି । ପ୍ରକାଶ ଥାଉକି, ଜଳ ସଂପଦ ବିଭାଗ ମହାନଦୀ ଉତ୍ତର ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଧିନରେ ଥିବା ମହାନଦୀ ନଦୀବନ୍ଧର ଉତ୍ତର ପାଶ୍ୱ ପିଁପୁର ଠାରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ପଠା ୩୨୦ମିଟର ଲମ୍ବ ଓ ୫୦ମିଟର ଚଉଡାରେ ଖାଇଯାଇ ବନ୍ଧକୁ ଖାଇବାକୁ ବସିଛି । ଏହି ଖବର ପ୍ରକାଶ ପାଇବା ପରେ କଟକ ସଦର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ତୁରନ୍ତ ବନ୍ଧ ଖାଉଥିବା ସ୍ଥାନରେ ଯୁଦ୍ଧକାଳୀନ ଭିତ୍ତିରେ ଦୁଇଲକ୍ଷ ବାଲିବସ୍ତା ପକାଇ ଆସନ୍ନ ବିପଦରୁ ଦୀପାଞ୍ଜଳ ବାସୀଙ୍କୁ ସୁରକ୍ଷା ତୁରନ୍ତ ଯୋଗାଇଦେବାକୁ ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକଙ୍କ ନିର୍ଦ୍ଦେଶରେ ଗତକାଲିଠାରୁ ୭୦୦ରୁ ଉର୍ଦ୍ଧ୍ୱ ଶ୍ରମିକଙ୍କୁ ନିୟୋଜିତ କରାଯାଇ କେନ୍ଦୁପାଟଣା ଏସ୍‌.ଡି.ଓ. ଓ ଓରିକଣ୍ଟା କନିଷ୍ଠ ଯନ୍ତ୍ରୀ ଏଠାରେ ଡେରାପକାଇ ହଜାର ହଜାର ବାଲିବସ୍ତା ପକାଇ ଆସନ୍ନ ବନ୍ୟାରୁ ଦୀପାଞ୍ଚଳବାସୀଙ୍କୁ ରକ୍ଷା କରିବା ପାଇଁ ରାତିଦିନ କାମ ଚଳାଇଛନ୍ତି । ପଁପୁରଠାରେ ସମ୍ଭାବ୍ୟ ଘାଇ ଆଶଙ୍କାରେ ଦୀପାଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଏଠରେ ସୂଚନାଯୋଗ୍ୟ ଜଳସମ୍ପଦ ବିଭାଗ ଏସ୍‌.ଡି.ଓ. ମନୋଜ କୁମାର ବେହେରା ଓ କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର କୁମାର ସାହୁଙ୍କୁ ଏ ସମ୍ପର୍କରେ ଆମପ୍ରତିନିଧି ପଚାରିବାରୁ ସେ କହିଲେ ଯେ ମହାନଦୀର ଦକ୍ଷିଣପାଶ୍ୱର୍ ବାଙ୍କଳଠାରେ ୪ଗୋଟି ବୁରୁଜ ନିର୍ମାଣ ହେବା ଦ୍ୱାରା ମହାନଦୀର ଜଳସ୍ରୋତର ଗତିପଥ ପରିବର୍ତ୍ତନ ହୋଇ ଉତ୍ତର ମୁହାଁ ହେବା ଦ୍ୱାରା ଏଠାରେ ୫୦ମିଟରରୁ ଉର୍ଦ୍ଧ୍ୱ ପଠାଖାଇଯିବା ସହ ବନ୍ଧ ଖାଇବାକୁ ବସିଛି ବୋଲି କହିଛନ୍ତି । ଅପରପକ୍ଷରେ ସ୍ଥାନୀୟ ପିଁପୁର ଗ୍ରାମର ଯୁବକ ବିଶ୍ୱଜିତ୍ ମହାନ୍ତି ବାଲିଉଠା ଯୋଗୁ ଏ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରକାଶ କରିବାରୁ ତାଙ୍କୁ ତାରପୁର ଠାରେ କେତେକ ଯୁବକ ମାରଧର କରିଥିବା କଥା ସେ ରଘୁନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଏଠାରେ ବନ୍ଧର ପଥର ପ୍ୟାକିଂ କରିବା ସହିତ ୪ଟି ବୁରୁଜ ନିର୍ମାଣ କରାନଗଲେ ଆଗାମୀ ଦିନରେ ପିଁପୁର, ସଫିପୁର, ସାହାସପୁର, ଉତ୍ତରକୂଳ, ଦୁଲୁପୁର, ବାବୁଜଙ୍ଗ, ପାରିକୁଶ ମଣ୍ଡଳ, ବାରିମୂଳ, ପିଁପୁର, ମୁଗୁରିଆ, ବିରିବନ୍ଧ, ଧାରିବିଲ, ମଣିଜଙ୍ଗ, ମହମ୍ମଦପୁର, ବିଶ୍ୱନାଥପୁର, ଓଡଖଣ୍ଡ, ଚମ୍ପା ପ୍ରଭୃତି ଗ୍ରାମ ଜଳମଗ୍ନ ହୋଇ ମହନଦୀରେ ଲିନ ହୋଇଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More