ପାଳିତ ହେଲା ଗଜାନନଙ୍କ ପୂଜା ଉତ୍ସବ

15

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ବ୍ଲକ ଅଞ୍ଚଳରେ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ବୁଧବାର ଧୁମ୍ ଧାମରେ ପାଳନ ହୋଇ ଯାଇଛି। ସମସ୍ତ ବିଦ୍ୟାଳୟ,ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ,ବିଭିନ୍ନ କ୍ଲବ ସମେତ ବ୍ୟବସାୟ ପ୍ରତିଷ୍ଠାନ ବ୍ୟକ୍ତିଗତ ଗୃହ ଗୁଡିକରେ ଚଳିତ ବର୍ଷ ବିଘ୍ନ ବିନାଶକ, ବିଦ୍ୟାଦାତା ଶ୍ରୀ ଗଣପତିଙ୍କ ପୂଜା ଉତ୍ସବ ଧୁମ୍ ଧାମରେ ପାଳିତ ହୋଇଛି। ବିଗତ ଦୁଇ ବର୍ଷ ଧରି ଉତ୍ସବ କରୋନା କଟକଣା ଯୋଗୁ ଫିକା ପଡି ଥିଲା। ଚଳିତ ବର୍ଷ କଟକଣାର ପ୍ରଭାବ ନଥିବାରୁ ସାରା ଭାରତ ବର୍ଷରେ ପୂଜା ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଛି। ଏହି ଗଣେଶ ଚତୁର୍ଥୀ ଉତ୍ସବକୁ ଭଣ୍ଡାରି ପୋଖରୀ ସ୍ଥିତ ଜେ ଏନ୍ ପବ୍ଲିକ ସ୍କୁଲରେ ପ୍ରିନ୍ସିପାଲ ବିଦ୍ୟାଧର ନାୟକ ପରିଚାଳନାରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଅଭିଭାବକ ସମେତ ଛାତ୍ର ଛାତ୍ରୀ ମାନେ ଗଜାନନଙ୍କ ପୂଜା ଉତ୍ସବକୁ ସାଜସଜ୍ଜା ସହ ନାନାଦି ଚିତ୍ରଆଙ୍କି ଦର୍ଶକଙ୍କ ମନ ଆକୃଷ୍ଟ ସହ ନଡ଼ିଆ ଫଟାଇ ନାଚ ଗୀତ ଭୋଜି ଭାତ ସହିତ ବହୁ ଆଡମ୍ବରରେ ପାଳନ କରିଛନ୍ତି। ସେହିପରି ଶାରଦା ବିଦ୍ୟା ମନ୍ଦିର ଠାରେ ବିଘ୍ନ ନାଶକଙ୍କ ପୂଜା ଉତ୍ସବ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ର ପରିଚାଳନାରେ ଅନୁଷ୍ଠିତ ହୋଇଛି। ଭଣ୍ଡାରି ପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ବିଜେଡ଼ି କାର୍ଯ୍ୟାଳୟ ରେ ଧୁମ୍ ଧାମରେ ଉତ୍ସବ ପାଳନ କରାଯାଇଛି। ଭଣ୍ଡାରି ପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More