ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ଦୁର୍ନିତି ର ଗଡ଼ ଝରୀଗାଁ ବ୍ଲକ ରେ ଦିନକୁ ଦିନ ଦୁର୍ନୀତି ସବୁ ପଦାରେ ପଡିବାରେ ଲାଗିଛି। ଗତବର୍ଷ ଝରୀଗାଁ ବ୍ଲକ ପାଲିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ବେଲଝରୀ ଗ୍ରାମର ଏକ ପୋଖରୀ ରେ ଏକ ପାହାଚ ନିର୍ମାଣ ହୋଇ ଥିଲା, ହେଲେ ସେଠାରେ କୌଣସି ଫଳକ ଲାଗିନାହିଁ। ଯାହାଦ୍ୱାରା ଲୋକଙ୍କ ପାଖରେ ସେ କାମ ବିଷୟରେ କିଛି ବି ତଥ୍ୟ ନାହିଁ, ହେଲେ ବେଲଝରୀ ଗ୍ରାମଠାରୁ ପାଖାପାଖି 4କିଲୋମିଟର ଦୂରରେ ଥିବା କନ୍ଧଗୁଡା ଗ୍ରାମରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ର ଭିତରେ ଥିବା ଏକ କାନ୍ଥରେ ଫଳକ ଲାଗିଛି, ଯ଼େଉଁ ଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି କି କାର୍ଯ୍ୟର ନାମ ବେଲଝରୀ ନାରମୁଣ୍ଡା ପୋଖରୀ ଠାରେ ପାହାଚ ନିର୍ମାଣ। ଯୋଜନା 14-CFC 2018-19, ଅଟକଳ ମୂଲ୍ୟ ଟ 150,000 ଙ୍କା।ଏଠି ପ୍ରଶ୍ନ ଉଠୁଛି କି ଯ଼େଉଁଠି କାମ ହେଲା ସେଠାରେ ଫଳକ ନଲେଖି ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଭିତରେ ୪ କିମି ଦୁରତ୍ଵରେ ଫଳକ ଲେଖିବାର ଉଦେଶ୍ୟ କଣ? ଏଥିରୁ ଅନୁମାନ କରିହେଉଛି ଉକ୍ତ କାର୍ଯ୍ୟରେ କେତେ ସ୍ଵଛତା ରହିଛି, କଣ ପାଇ ଫଳକ ଲୋକଲୋଚନକୁ ଅଣାଗଲା ନାହିଁ । ଏ ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରୁଛି।ଏଥିରୁ ଜଣା ପଦୁଛି ଆଦିବାସୀ ଲୋକଙ୍କୁ କିପରି ଭାବେ ଭୁଆ ବୁଲାଇ ଉକ୍ତ କର୍ଜ୍ୟରେ ଘୋଟାଲା କରିଛି,ପ୍ରସାସନ ଓ ସମ୍ପୁକ୍ତ ଠିକାଦାର।ଏପରି ବ୍ୟତିକ୍ରମ ଉପରେ ଜିଲ୍ଲା ପ୍ରସାସନ ଦ୍ରୁଷ୍ଟି ଦେବାକୁ ପାଲିଆ ପଞ୍ଚାୟତ ବାସି ଦ୍ରୁଢ ଦାବି କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।