ଜଗତସିଂହପୁର(ସଂଘର୍ଷ ମିଡିଆ ) : -ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପାରମ୍ପରିକ ସେବକ ତଥା ବିଶିଷ୍ଟ ଖ୍ୟାତନାମା ପାଲା ଗାୟକ ସ୍ବର୍ଗତ ନିରଞ୍ଜନ ନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା ମନ୍ଦିର ସମ୍ମୁଖସ୍ଥ ଦୋଳ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଗାୟକ ରବିନାରାୟଣ ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ମୁଖ୍ୟ ଅତିଥିଭାବେ ଭାଷା ଭାବନା ଓଡ଼ିଶାର ପ୍ରତିଷ୍ଠାତା ତଥା କବି ସୁକାନ୍ତ କୁମାର ପ୍ରଧାନ,ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଗାୟକ ବନମାଳୀ ପତି ଯୋଗ ଦେଇ ସ୍ବର୍ଗତ ପଲଗାୟକ ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରି କହିଥିଲେ ସେ ଜଣେ ମିଷ୍ଟଭାସି ପରୋପକାରୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ କବି ରମାକାନ୍ତ ରାଉଳ ସ୍ମୃତି କବିତା ପାଠ କରିଥିଲେ।ଏହି ସଭାରେ ବରିଷ୍ଠ ଗାୟକ ନାରାୟଣ ମହାରଣା, ଗାୟିକା ଅନିତା ତ୍ରିପାଠୀ, ଶାନ୍ତିଲତା ସାହୁ, ବେଣୁଧର ଷଡଙ୍ଗୀ, ନିରଞ୍ଜନ ସ୍ବାଇଁ ,ଦୁଷ୍ମନ୍ତ ବେହେରା, ସୁବାଷ ବାରିକ, ଧ୍ରୁବ ଚରଣ ରାଉତ,ପ୍ରଶାନ୍ତ ବିଶ୍ଵାଳ, ରବୀନ୍ଦ୍ର ବାରିକ ପ୍ରମୂଖ ଯୋଗଦେଇ ନିରଞ୍ଜନଙ୍କର ପାଲା କ୍ଷେତ୍ରରେ ଦକ୍ଷତା ଓ ପାରଦର୍ଶିତା ଉପରେ ସ୍ମୃତି ଚାରଣ କରିଥିଲେ।ଅପର ପକ୍ଷେ ଜଗନ୍ନାଥ ଅଖିଳ ଭାରତ ପାଲା କଳାକାର ମହାସଂଘ ଓଡ଼ିଶାର ସଭାପତି ଗାୟକ ପ୍ରଭାତ କୁମାର ଶ୍ରୀଚନ୍ଦନ ଓ ସମ୍ପାଦକ ଗାୟକ ବିଶାରଦ ସଚ୍ଚିଦାନନ୍ଦ ଦାଶ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କ ପରିବାରଙ୍କୁ ପାଞ୍ଚ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରିଥିଲେ।ପରିଷଦର ସମ୍ପାଦକ ମନୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲା ବେଳେ ସମୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।