ପାରିବାରିକ କଳହର ଅନ୍ତିମ ପରିଣତି , ସ୍ତ୍ରୀକୁ ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲା ସ୍ଵାମୀ

32

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ପାରିବାରିକ କଳହ କାରଣରୁ ସ୍ତ୍ରୀକୁ ହତ୍ୟା କରିବା ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛି ସ୍ଵାମୀ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ସଦର ଥାନା ଗରାପୁର ଗାଁରେ । ଉକ୍ତ ଗାଁରେ ଝଜିନ୍ଦ୍ର ମଲ୍ଲିକ ଏବଂ ତାଙ୍କ ସ୍ତ୍ରୀ ଘୁଙ୍ଗୁରୀ ମଲ୍ଲିକଙ୍କ ମଧ୍ୟରେ ପରିବାରର କୌଣସି ଘଟଣାକୁ ନେଇ କଳହ ସୃଷ୍ଟି ହୋଇଥିଲା । ଧିରେ ଧିରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ବଢିଥିଲା । ପାଟିତୁଣ୍ଡ ଏତେ ଭୟଙ୍କର ହେଲା ଯେ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଦେଇଥିଲା ସ୍ୱାମୀ ଝଜିନ୍ଦ୍ର । ଏହାପରେ ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଭଳି ଘଟଣାର ଖବର ପାଇଁ ପଡୋଶୀରେ ରହୁଥିବା ଲୋକମାନେ ପୁଲିସକୁ ଖବର ଦେଇଥିଲା ।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସ୍ୱାମୀ ଝଜିନ୍ଦ୍ରଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେପଟେ ଘୁଙ୍ଗୁରିଙ୍କ ମୃତଦେହକୁ ଜବତ କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More