ପାରିବାରିକ କଳହକୂ ନେଇ ମହିଳାଙ୍କୁ ହତ୍ୟା ଅଭିଯୋଗ

13

Get real time updates directly on you device, subscribe now.

ଖୋର୍ଦ୍ଧା(ସଂଘର୍ଷ ମିଡିଆ) : ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ଅନ୍ତର୍ଗତ ପଙ୍କାଳ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ମହିଳାକୁ ଦୁଇ ଦେଢ଼ସୁର ଓ ଗୋଟେ ଦିଅରଙ୍କ ଧାରୁଆ ଅସ୍ତ୍ରର ଆକ୍ରମଣରେ ଭାଉଜର ମୃତୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ମିନାକ୍ଷୀ ରାଉତରାୟ । ସୂଚନାନୁସାରେ ଆଜି ସକାଳ ଆଠ ଘଣ୍ଟିକା ସମୟରେ ନିଜ ଜନ୍ମ କରିଥିବା ମା କୁ ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ଦୁଇ ଦେଢଶୁର ଲଷ୍ମୀ ରାଉତରାୟେ , ବଇଁଶୀ ରାଉତରାୟ ଏବଂ ଦିଅର ମାଧବ ରାଉତରାୟ ମିଶି ସଂଘବୋଧ ଭାବେ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ପ୍ରଥମେ ଘର ଭିତରେ ଆକ୍ରମଣ କରିବା ପରେ ମିନାକ୍ଷୀଙ୍କୁ ଘରୁ ଟାଣିନେଇ ରାସ୍ତା ମଝିରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ବିଭଛ ହତ୍ୟା କରିଥିଲେ । ଖବର ପାଇ ବାଣପୁର ଆଇଆଇସି ଜୟପ୍ରକାଶ ପରିଡା , ଏସାଇ ଦେବସ୍ମିତା ବେହେରା ଓ ବାଲୁଗାଁ SDPO ମାନସ ରଞ୍ଜନ ବାରିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଘଟଣା ସ୍ଥଳରୁ ଆକ୍ରମଣ କାରୀମାନେ ଫେରାର ଥିବା ଜଣାପଡିଛି । ଘଟଣାଟି ଉତେଜନା ପୂର୍ଣ୍ଣ ଥିବାରୁ ଖୋର୍ଦ୍ଧାରୁ ସାଇଣ୍ଟିଫିକ ଟିମ ଆସି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More