ପାରିବାରିକ କଳହକୁ କେନ୍ଦ୍ର କରି ଖଣ୍ଡାରେ ମରଣାନ୍ତକ ଆକ୍ରମଣ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପାରିବାରିକ କଳହକୁ କେନ୍ଦ୍ର କରି ଖଣ୍ଡାରେ ମରଣାନ୍ତକ ଆକ୍ରମଣ। ପୁରୀ ମଶାଣି ଚଣ୍ଡି ଛକରେ ଘଟିଛି ଏଭଳି ଅଘଟଣ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ମନୋରଞ୍ଜନ ପଟ୍ଟନାୟକ। ମନୋରଞ୍ଜନଙ୍କ ଡାହାଣ ହାତରେ ଲାଗିଛି ଗଭୀର ଆଘାତ। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣ କରିଥିବା ଯୁବକ ଜଣକ ହେଉଛନ୍ତି ମନୋରଞ୍ଜନଙ୍କ ସମ୍ପର୍କୀୟ କୁନା ବେହେରା।‌ ଘଟଣାକୁ ନେଇ ବାସେଳୀ ସାହି ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ କୁନା ବେହେରା ଫେରାର ଅଛି। ତେବେ ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା। ଆଜି ମନୋରଞ୍ଜନ ଦୋକାନ ବନ୍ଦ କରୁଥିବା ସମୟରେ କୁନା ଏକ ଖଣ୍ଡାରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣା ପରେ ପୁରୀରେ ଭୟ ବାତାବରଣ ଖେଳି ଯାଇଚି। ବିଶେଷ କରି ପୁରୀ ସହରର ଆଇନ ଶୃଙ୍ଖଳା ସ୍ଥିତି ଦିନ କୁ ଦିନ ଖରାପ ହେବାରେ ଲାଗିଛ। ବିଚ୍ ରାସ୍ତା ରେ କିଛି ନିଶାଖୋର ବ୍ୟକ୍ତିଙ୍କ ଆତଙ୍କରାଜକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛ। ବିଶେଷ କରି ପୁରୀ ସହରରେ ଆଇନ ଶୃଙ୍ଖଳା ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ୍ ପକ୍ଷରୁ ଦୃଢ଼ ପଦକ୍ଷେପ ନେବାକୁ ଦାବି ଜୋରଧରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More