ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ମିଳିତ ଓଡିଶା ନିଶାନିବାରଣ ଅଭିଯାନ ଓ ନବ ନିର୍ମାଣ ସମିତି ଓଡ଼ିଶା ପକ୍ଷରୁ ପାରାଦ୍ୱୀପ ବେଳାଭୂମିରେ ନୁତନ ମଦ କୁଡ଼ିଆ ଖୋଲିବା ଯୋଜନାକୁ ବନ୍ଦ ଦାବିରେ ଜିଲା ପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନିଶା ନିବାରଣ ଅଭିଯାନ ର ବଂଶୀଧର ପଟନାୟକ,ସ୍ନେହାଂଶୁ ଜେନା, ଦୁର୍ଗାଚରଣ ସ୍ବାଇଁ, କୈଳାସ ଚନ୍ଦ୍ର ମଲ୍ଲିକ, ଉମେଶ ଚନ୍ଦ୍ର ସ୍ୱାଇଁ, ପ୍ରିୟ ନାଥ ଆଚାର୍ଯ୍ୟ, ଶୁଭେନ୍ଦୁ କୁମାର ଭୋଳ ପ୍ରମୂଖ କହିଛନ୍ତି ରାଜ୍ୟ ସରକାର ସମସ୍ତ ଜନସାଧାରଣଙ୍କ ହିତ ଦୃଷ୍ଟିକୁ ବିଚାର ନକରି ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କ ଗହଳି ହେଉଥିବା ରାଜ୍ୟର ସମସ୍ତ ବେଳାଭୂମି ମାନଙ୍କ ରେ ନୂତନ ମଦ କୁଡ଼ିଆ ଖୋଲିବା ଯୋଜନାକୁ ବନ୍ଦ କରନ୍ତୁ ନଚେତ ଆଗାମୀ ଦିନରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଘୋର ବିରୋଧ କରିବ।ଏପରିକି ଜଗତସିଂହପୁର ଜିଲ୍ଲାର ବନ୍ଦର ନଗରୀ ପାରାଦ୍ୱୀପର ବେଳାଭୂମିରେ ନୂତନ ମଦ ଦୋକାନ(ମଦକୁଡିଆ)କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଯଦି ପାରାଦୀପ ରେ ମଦକୁଡ଼ିଆ ଯୋଜନା ବନ୍ଦ ନକରନ୍ତି ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।