ପାରାଦ୍ଵୀପ ତୈଳ ବିଶଧନାଗାର ଫାଟକ ସମ୍ମୁଖରେ ପୁଞ୍ଜିଲଡ କମ୍ପାନୀ ଠିକାଦାର ମାନଙ୍କର ଗଣ ଧାରଣା

32

Get real time updates directly on you device, subscribe now.

 

ପାରାଦ୍ଵୀପ ( ସଂଘର୍ଷ ମିଡିଆ ) : ବହୁଦିନ ଧରି ପାରାଦ୍ଵୀପ ତୈଳ ବିଶୋଧନାଗାର ଅଧୀନରେ ପୁଞ୍ଜିଲଡ କମ୍ପାନୀ କାମ କରୁଥିଲା । ସେହି କମ୍ପାନୀ ରେ ୪୨ରୁ ଅଧିକ ଠିକାଦାର ବିଭିନ୍ନ ବିଭାଗ ରେ ଠିକାଦାର କରି ଆସୁଥିଲେ । ଏମାନେ ସ୍ତ୍ରୀ ର ସୁନା ବନ୍ଧ ପକାଇ ବାପା ର ସମ୍ପତ୍ତି ବନ୍ଧକ୍ ରଖି ଏବଂ ୫% ସୁଧ୍ ହାର ରେ ବିଭିନ୍ନ ସମିତି ରୁ ଟଙ୍କା ଆଣି ସେମାନଙ୍କ ଅଧୀନରେ ଖତୁଥିବା ଶ୍ରମିମାନଙ୍କୁ ପାରିଶ୍ରମିକ ଦେଇଥିଲେ । ବର୍ତ୍ତମାନ ପୁଞ୍ଜିଲଡ କମ୍ପାନୀ ତୈଳ ବିଶୋଧନାଗାରକୁ ହସ୍ତାନର କରି ଏଠାରୁ ଚାଲି ଗଲାଣି। ହେଲେ ଏ ଗରିବ ଠିକାଦାର ମାନଙ୍କ କଥା ଶୁଣିଛି କିଏ ? ସେମାନେ ୧୫ ଦିନ ହେବ ଫାଟକ ଆଗରେ ଅନଶନ କରିଛନ୍ତି। କାରଣ ସୁନା ଜମି ମୁକୁଲାଇ ପାରୁନାହାନ୍ତି। ଘରେ ଅଶାନ୍ତି ବଢ଼ିଚାଲିଛି , ଗାଁ ର ସମିତି ପାଖରେ ସେମାନେ ଅପଦସ୍ତ ହେଉଛନ୍ତି । ଏପରି ପରିସ୍ଥିତି ରେ ସେମାନେ ନିଜ ଜୀବନ କଥା ଚିନ୍ତା କରି ମହାମାରୀ କରୋନା ସମୟ ରେ ବର୍ଷ, ଶୀତ,ପବନକୁ ଖାତିର ନକରି ସେମାନଙ୍କର ପ୍ରାପ୍ୟ ଦାବି କରୁଛନ୍ତି। କିନ୍ତୁ ସେମାନଙ୍କ ଅଭିଯୋଗ ନା ପହଁଚିଛି ପ୍ରଶାସନ ପାଖରେ ନା ତୈଳ ବିଶୋଧନାଗାର ର ସର୍ବୋଚ୍ଚ କର୍ମ କର୍ତ୍ତାଙ୍କ ପାଖରେ ସମସ୍ତେ ନୀରବ । ପରବର୍ତ୍ତୀ ପଯ୍ୟାୟରେ ଯଦି ଠିକାଦାର ମାନଙ୍କର କିଛି ଅଘଟଣ ଘଟିଥାଏ। ସେଥିପାଇଁ ଦାୟୀ ରହିବ କିଏ ?

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More