ପାରଳା ବିଧାୟକ ନାରାୟଣ ରାଓ ପୁଣି ଗଜପତି ଜିଲ୍ଲା ବିଜେପି ସଭାପତି ହେଲେ

47

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ପୁଣି ବିଜେପିର ଗଜପତି ଜିଲ୍ଲା ସଭାପତି ହୋଇଥିବା ସୂଚନା ମିଳିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ଓଡିଶାର 36 ଗୋଟି ସାଙ୍ଗଠାନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି. ଏଥି ଅନୁଯାଇ ପାରଳା ବିଧାୟକ କେ. ନାରାୟଣ ରାଓଙ୍କୁ ପୁନରାୟ ଗଜପତି ଜିଲ୍ଲା ବିଜେପି ସଭାପତି ଭାବେ ଘୋଷଣା କରାଯାଇଛି. ଏନେଇ ଗଜପତି ଜିଲ୍ଲା ବିଜେପି ଦଳ ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହ ପୁଣି ବିଜେପି ସଭାପତି ଘୋଷିତ ନାରାୟଣ ରାଓଙ୍କୁ ସ୍ୱାଗତ କରାଯାଇଛି. ରାଜ୍ୟ ବିଜେପି ସଭାପତି ପୁଣି ତାଙ୍କୁ ସଭାପତି ଦାୟିତ୍ୱ ଦେଇଥିବାରୁ ଗଜପତି ଜିଲ୍ଲାର ୨ ଗୋଟି ବିଧାନସଭା ଆସନ ପାରଳାଖେମୁଣ୍ଡି ଓ ମୋହନାରେ ବିଜେପିର ସାଙ୍ଗଠାନିକ ଦକ୍ଷତାକୁ ବୃଦ୍ଧି କରି ଉଭୟ ଆସନରେ ବିଜେପିର ନିଶ୍ଚିତ ବିଜୟ ପାଇଁ କାର୍ଯ୍ୟ କରିବି ବୋଲି ନାରାୟଣ ରାଓ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More