ପାରଳା ପୌର ପରିଷଦର ଭେଣ୍ଡିଂଜୋନ ବଣ୍ଟନ ହେବ କେବେ?

299

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : -ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପାଳିକା ତରଫରୁ ସ୍ଥାନୀୟ ହାଟପଦା ଠାରେ ଏବଂ ମେଡିକାଲ ଛକରେ ଭେଣ୍ଡିଂଜୋନ ନିର୍ମିତ ହୋଇଛି।ଏହି ଭେଣ୍ଡିଙ୍ଗ ଯୋଜକୁ ଛଅ ମାସ ହେଲା ଉଦଘାଟନ ହୋଇ ଥିଲେ ମଧ୍ୟ କୌଣସି ଲୋକଙ୍କୁ ଆବଣ୍ଟନ କରାଯାଇନାହିଁ। ଉଠା ଦୋକାନୀଙ୍କୁ ଥଇଥାନ କରାଯିବା ନିମନ୍ତେ ଏହି ଭେଣ୍ଡିଙ୍ଗ ଯୋନ ନିର୍ମାଣ ହୋଇଛି। ସହରକୁ ସରସ ଓ ସୁନ୍ଦର କରିବା ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ଭେଣ୍ଡିଙ୍ଗ ଯୋନ ଆଜି ପର୍ଯ୍ୟନ୍ତ ଆବଣ୍ଟନ ନହେବା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ଭେଣ୍ଡିଙ୍ଗ ଯୋଜ ଆବଣ୍ଟନ ନହେବା ଯୋଗୁଁ ଉଠା ଦୋକାନି ବା ପରିବା ବ୍ୟବସାୟୀମାନେ ରାସ୍ତା କଡରେ ବସି ପରିବା ବିକ୍ରି କରୁଛନ୍ତି। ଯାହା ଫଳରେ ରାସ୍ତା ସଙ୍କୁଚିତ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି।ତେଣୁ ଏଥିପ୍ରତି ପୌଇ ପରିଷଦ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ଟ୍ରାଫିକ ସମସ୍ୟା ସମାଧାନ ହେବା ସହ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More